୧୯ରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

Spread the love

ପୁରୀ : ସ୍ନାନପୂର୍ଣ୍ଣମୀ ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତି ୧୦୮ ଗରା ସୁବାସିତ ଅଧିବାସ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳି, ଫୁଲୁରୀ ତେଲ, କବିରାଜ ମୋଦକ ବ୍ୟବସ୍ଥା କରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛନ୍ତି । ମହାପ୍ରଭୁ ଆସ୍ତେ ଆସ୍ତେ ସୁସ୍ଥ ହୋଇ ଚକା ବିଜେ କରିବା ପରେ ସୁବାସିତ ଫୁଲ ଓ ତୁଳସୀ ସହ ଘଣ୍ଟ ବାଜିଥିଲା । ଭକ୍ତ ସୁସ୍ଥ ହେବା ଖବର ଜାଣି ବ୍ୟାକୁଳ ହେଲେଣି ଦର୍ଶନ ପାଇଁ । ଗଜପତିଙ୍କ ଶ୍ରୀନଅରରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ପହଞ୍ଚିଲାଣି । ମହାପ୍ରଭୁ ସୁସ୍ଥ ହେବା ପରେ ନବ ଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତି । ନବଯୌବନ ଦର୍ଶନ ଗୋଟିଏ ଦିନ ହେଉଥିବାରୁ ପ୍ରବଳ ଭକ୍ତଙ୍କ ଗହଳି ଲାଗି ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୧୯ ତାରିଖ ସୋମବାର ସକାଳ ୬ଟାରେ ଚକା ଅଖ ସହ ନୀତି ଅନୁଷ୍ଠିତ ହେବ । ପରେ ପରେ ୬ଟା ୧୦ରେ ମଙ୍ଗଳ ଆଳତି ଓ ପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ୮ଟାରେ ତାଟି ଫିଟିବ । ସକାଳ ୮ଟାରୁ ୯ଟା ମଧ୍ୟରେ ଭିତର କାଠ ଠାରେ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ । ସକାଳ ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଭିତର କାଠ ନିକଟରେ ସର୍ବସାଧାରଣ ଦର୍ଶନ କରିପାରିବେ । ପରେ ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ସୁରକ୍ଷା ବ୍ୟବସ୍ଥା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉତରଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ ।

Leave a Reply

Your email address will not be published. Required fields are marked *