କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନମାନଙ୍କର ରାଜ୍ୟସ୍ତରୀୟ କନ୍‌ଭେନସନ୍‌

Spread the love

ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୧୪ ମସିହାରୁ ଆର୍‌.ଏସ୍‌,ଏସ୍‌. ପରିଚାଳିତ ବିଜେପି ସରକାରର ୯ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ସରକାରଙ୍କ ଜନବିରୋଧି ତଥା ଦେଶ ବିରୋଧୀ ନୀତି ଯୋଗୁଁ ସକଳ ସ୍ତରର ଜନଗଣଙ୍କର ଅବସ୍ଥା ଦୁର୍ବିସହ ହୋଇଛି । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି, ବେକାରୀ, ଛଟେଇ, ଦାରିଦ୍ର‌୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥା ଆଦି ସମସ୍ତ ଜନଗଣଙ୍କ ଆର୍ଥୀକ ସ୍ଥିତିକୁ ଦୟନୀୟ କରିଛି । ସରକାରଙ୍କର ବିମୁଦ୍ରାକରଣ ପଦକ୍ଷେପ ଜନଗଣଙ୍କର ଜୀବନ ଜୀବିକା ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇଛି । ଏହି ଯୋଜନାର କୌଣସି ଗୋଟିଏ ହେଲେ ଉଦ୍ଦେଶ୍ୟ ପୂରଣ ହେଲା ନାହିଁ ବରଂ ଜନଗଣଙ୍କର ଅଶେଷ କ୍ଷତି ସାଧନ କଲା । ଶ୍ରମିକମାନଙ୍କ କଷ୍ଠୋପାର୍ଜ୍ଜିତ ୪୪ ଟି ଶ୍ରମ ଆଇନକୁ ଅତ୍ୟନ୍ତ ଅଗଣତାନ୍ତ୍ରିକଭାବେ ବାତିଲ କରି ଦନ୍ତହୀନ ୪ଟି ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି । କୃଷକ ମାନଙ୍କର ଲଗାତର ଓ ଦେଶବ୍ୟାପୀ ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ଯୋଗୁଁ ୩ଟି କୃଷି ଆଇନ୍ ବାତିଲ ହୋଇଛି । କିନ୍ତୁ ଚାଷୀ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ବିଜ୍ଞପ୍ତି ଓ ତାକୁ ସରକାର ସଂଗ୍ରହ କରିବାର ପ୍ରତିଶ୍ରୃତି ଏପର୍ଯ୍ୟନ୍ତ ପାଳନ କରି ନାହାନ୍ତି ।

କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଓ ସରକାରୀ ବିଭାଗ ଗୁଡିକରେ ଘରୋଇକରଣ ବ୍ୟାପକଭାବେ କରି ଚାଲିଛନ୍ତି । ଦେଶର ମୂଳ୍ୟବାନ୍ ଖଣିଜ ସମ୍ପଦ, ଜମି, ଜଳ, ଜଙ୍ଗଲ ଆଦି ସମସ୍ତ ପ୍ରାକୃତିକ ସମ୍ପଦକୁ ଦେଶୀ ବିଦେଶୀ କର୍ପୋରେଟ୍ ସଂସ୍ଥାମାନଙ୍କ ହାତରେ ଟେକି ଦେଉଛନ୍ତି । ଘୃଣ୍ୟ ଜାତୀୟ ମୁଦ୍ରାକରଣ ନୀତି (ଏନ୍‌.ଏମ୍‌.ପି) ଜରିଆରେ ଅମୂଲ୍ୟ ସମ୍ପଦକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରୁଛନ୍ତି । ଲୁହା, ଇସ୍ପାତ, କୋଇଲା, ରେଳବାଇ, ଜଳପଥ, ସ୍ଥଳପଥ, ଆକାଶ ପଥ, ବନ୍ଦର, ବିମାନ ବନ୍ଦର ଓ ବସ୍ତୁତଃ ଅନ୍ୟାନ୍ୟ ସମସ୍ତ ସଂସ୍ଥା ଏପରିକି ଆର୍ଥୀକ କ୍ଷେତ୍ର ଓ ଆର୍ଥୀକ ସଂସ୍ଥାମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି ।

ବିଭିନ୍ନ ବିଭାଗରେ ସ୍ଥାୟୀ ପଦ ପଦବୀ ପୂରଣ ନକରି ତାହାର ଉଚ୍ଛେଦ କରାଯାଉଛି । ଠିକା, କାଜୁଆଲ, ଅସ୍ଥାୟୀ ଶ୍ରମିକ ମାନଙ୍କ ମଜୁରି ଅତ୍ୟନ୍ତ ଦୟନୀୟ । ସେମାନଙ୍କୁ ସ୍ଥାୟୀ ନକରି ସେହି କାର୍ଯ୍ୟର ଠିକାକରଣ ଓ ଆଉଟସୋର୍ସିଂ କରିବାସହ ଫିକ୍ସଡ୍ ଟାଇମ ନିଯୁକ୍ତି ଦିଆଯାଉଛି । ସମସ୍ତ ଶ୍ରମିକଙ୍କୁ ସମାନ କାମ ପାଇଁ ସମାନ ମଜୁରି ମିଳିବା ଦରକାର । ସରକାରଙ୍କ ବହୁ ସେବାମୂଳକ କାର୍ଯ୍ୟରେ ସ୍କିମ୍ ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ସର୍ବନିମ୍ନ ମଜୁରି ମାସିକ ୨୬,୦୦୦ ଟଙ୍କା, ଶ୍ରମିକର ମାନ୍ୟତା ଓ ସାମାଜିକ ନିରାପତ୍ତା ଦିଆଯାଉ ନାହିଁ । ଏହାଛଡା ଗୃହଭିତ୍ତିକ ୩.୫ କୋଟି (ହୋମ ବେସ୍‌ଡ ୱାର୍କର) ଶ୍ରମିକ ଅଛନ୍ତି । ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ । ମନରେଗା କାର୍ଯ୍ୟ ପାଇଁ ଅର୍ଥ ବରାଦ ବର୍ଷକୁ ବର୍ଷ କମି କମି ଚାଲିଛି । ପେନସନ୍ ଭଳି ଏକ ସାମାଜିକ ସୁରକ୍ଷା ସମସ୍ତଙ୍କୁ ମିଳିବା ଦରକାର । ଜାତୀୟ ପେନସନ୍ ଯୋଜନା (ଏନ୍‌.ପି.ଏସ୍‌)କୁ ବାତିଲ କରି ପୁରୁଣା ପେନସନ୍ ବ୍ୟବସ୍ଥା (ଓ.ପି.ଏସ୍‌) ଚାଲୁକରିବା ସହ ଇ.ପି.ଏସ୍‌.-୯୫ ଯୋଜନାରେ ଉନ୍ନତି ଆଣିବାପାଇଁ ସୁପ୍ରୀମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରି ମାସିକ ୯୦୦୦ ଟଙ୍କା ସର୍ବନିମ୍ନ ପେନସନ୍ କରିବା ଦରକାର ।   ସରକାରଙ୍କ ବିରୋଧରେ ଶ୍ରମଜୀବୀ ଜନଗଣ, ସାଧାରଣ ନାଗରିକ ଏବଂ ବିରୋଧୀ ଦଳ ପ୍ରତିବାଦ କଲେ ସେମାନଙ୍କୁ ଦେଶଦ୍ରୋହୀ କହି ଇ.ଡି, ସି.ବି.ଆଇ., ଏନ.ଆଇ.ଏ. ଓ ୟୁ.ଏ.ପି.ଏ. ଭଳି ଆଇନ୍ ସେମାନଙ୍କୁ ନୀରବ କରିଦେବା ପାଇଁ ବ୍ୟବହାର କରାଯାଉଛି । ନିଜର ଶୋଷଣ ଶାସନକୁ ବଜାୟ ରଖିବାପାଇଁ ଲଭ୍ ଜିହାଦ, ସି.ଏ.ଏ. ଏନ୍‌.ଆର.ସି. ଭଳି ପ୍ରସଙ୍ଗ ଉଠାଇ ସାମ୍ପ୍ରଦାୟୀକ, ଜାତିଗତ ଦଙ୍ଗା ସୃଷ୍ଟି ପାଇଁ ଅପଚେଷ୍ଟା ସହ ହିନ୍ଦୁତ୍ୱବାଦୀ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି । ଦେଶର ଗଣତନ୍ତ୍ର, ଗଣତାନ୍ତ୍ରିକ ପାର୍ଲିଆମେଣ୍ଟାରୀ ବ୍ୟବସ୍ଥା, ଧର୍ମନୀରପେକ୍ଷତା ପ୍ରତି କୁଠାରାଘାତ କରି ଏକଦଳୀୟ ସ୍ୱେରତାନ୍ତ୍ରିକ ନବ୍ୟ ଫାସିବାଦୀ ଶାସନ ପ୍ରତିଷ୍ଠା ପାଇଁ ଅପଚେଷ୍ଠା କରାଯାଉଛି । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ “ଦେଶଦ୍ରୋହୀ” ଆଖ୍ୟା ଦିଆଯାଉଛି । ଅଳ୍ପଦିନ ପୂର୍ବେ ଅତ୍ୟନ୍ତ ମନମୂଖୀଭାବେ କେନ୍ଦ୍ର ସରକାରଙ୍କ ଏକ ହାତବାରିଶ ସଂଗଠନର ଭତ୍ତିହୀନ ଅଭିଯୋଗ ଉପରେ ବହୁ ପୁରୁଣା ତଥା ସ୍ୱାଧୀନତା ପାଇଁ ଲଢେଇ କରିଥିବା ନ୍ୟାସନାଲ ଫେଡେରେସନ ଅଫ୍ ପୋଷ୍ଟାଲ ଏମ୍ପ୍ଲଇଜ ଓ ଅଲଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ ୟୁନିୟନ ଗ୍ରୁପ୍ – ସି. ର ସ୍ୱୀକୃତିକୁ ବାତିଲ କରି ଦିଆଯାଇଛି ବୋଲି ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧିନ ଫେଡ଼େରେସନ ମାନଙ୍କ ତରଫରୁ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ କନ୍‌ଭେନସନରେ ମତ ପ୍ରକାଶ ପାଇଛି । ଏହି ରାଜ୍ୟସ୍ତରୀୟ କନ୍‌ଭେନସନରେ  ଆଇ.ଏନ୍‌.ଟି.ୟୁ.ସିର ନେତ୍ରୀ ପ୍ରଣତୀ ମିଶ୍ର, ଏ.ଆଇ.ଟି.ୟୁ.ସିର ନେତା – ମହେଶ୍ୱର ରାଉତ, ଏଚ.ଏମ୍‌.ଏସ୍ ନେତ୍ରୀ-ଲକ୍ଷ୍ମୀପ୍ରିୟା ମହାନ୍ତି, ସି.ଆଇ.ଟି.ୟୁର ନେତା-ବିଷ୍ଣୁ ମହାନ୍ତି, ଏ.ଆଇ.ୟୁ.ଟି.ୟୁ.ସିର ନେତା-ପୂର୍ଣ୍ଣଚନ୍ଦ୍ର ବେହେରା, ଏ.ଆଇ.ସି.ସି.ଟି.ୟୁ ନେତା-ମହେନ୍ଦ୍ର ପରିଡ଼ା, ଟି.ୟୁ.ସି.ସି.ର ନେତା-ଜ୍ୟୋତିରଞ୍ଜନ ମହାପାତ୍ର, ଏଲ.ପି.ଏଫ.ର ନେତା ମଧୁସୁଦନ ପ୍ରଧାନ, ସେୱାର ନେତ୍ରୀ- ପରିଲତା ମହାପାତ୍ର ଙ୍କୁ ନେଇ ସଭାପତିମଣ୍ଡଳୀ  ଗଠନ କରାଯାଇଥିଲା । ୧୪ ଦଫା ଦାବୀ କୁ ସମର୍ଥନ କରି ଆଇ.ଏନ୍‌.ଟି.ୟୁ.ସିର ସଭାପତି-ଡଃ. ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସିର ନେତା-ବିଜୟ ଜେନା, ଏଚ୍‌.ଏମ୍‌.ଏସ୍‌.ର ନେତା-କୃଷ୍ଣଚନ୍ଦ୍ର ପାତ୍ର, ସି.ଆଇ.ଟି.ୟୁର ନେତା-ଦୁଷ୍ମନ୍ତ କୁମାର ଦାସ, ଏ.ଆଇ.ୟୁଟି.ୟୁ,ସିର ନେତା-ଜୟସେନ ମେହେର, ଏ.ଆଇ.ସି.ସି.ଟି.ୟୁର ନେତା-ରାଧାକାନ୍ତ ସେଠୀ, ଟି.ୟୁସି.ସିର ନେତା-ନାରାୟଣ ଡାଳୁଆ, ଏଲ.ପି.ଏଫ୍‌.ର ନେତା – ମନୋରଞ୍ଜନ ମହାରଣା ଓ ସେୱାର ନେତ୍ରୀ -ପରିଲତା ମହାପାତ୍ର ପ୍ରମୁଖ ତାଙ୍କର ବକ୍ତବ୍ୟରେ ନରେନ୍ଦ୍ର ମୋଦୀ ସରକାରର ଦେଶ ବିରୋଧି ନୀତିକୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳିବା ଲାଗି ଗ୍ରାମାଚଳ ଠାରୁ ସହରାôଚଳ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବା ସହ ଦେଶବ୍ୟାପୀ ଧର୍ମଘଟ ଆଡ଼କୁ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, କେନ୍ଦ୍ରସରକାରୀ କର୍ମଚାରୀ, ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ଫେଡ଼େରେସନ ଯଥା ଏ.ଆଇ.ଏସ୍‌.ଜି.ଇ.ଏଫ୍‌.ର ନେତା – ପ୍ରଶାନ୍ତ ମହାନ୍ତି, ସି.ସି.ଜି.ଇ.ଡବ୍ଲୁ.ର ନେତା-ବୃହସ୍ପତି ସାମଲ, ଏ.ଆଇ.ବି.ଇ.ଏ.ର ନେତା -ପ୍ରଫୁଲ ତ୍ରିପାଠୀ, ଏ.ଆଇ.ଆଇ.ଇ.ଏ.ର ନେତା – ରବୀ ମଲ୍ଲିକ, ବି.ଇ.ଏଫ.ଆଇ.ର ନେତା-ପ୍ରଭାତ ସାମନ୍ତ, ଏ.ଆଇ.ଏଲ୍‌.ଇ.ଏଫ୍‌.ର ନେତା – ବିପିନ ମହାନ୍ତି, ଜି.ଆଇ.ଇ.ଏ.ଆଇ.ଏ.ର ନେତା-ମନୋଜ ରଥ ଓ ଏ.ଆଇ.ଡ଼ି.ଇ.ଏଫ୍‌ର ନେତା-ରବୀନାରାୟଣ ମିଶ୍ର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜୁନ୍ ରୁ ୯ ଅଗଷ୍ଟ-୨୦୨୩ ରିଖ ପର୍ଯ୍ୟନ୍ତ ଦିଆଯାଇଥିବା ଡାକରାକୁ ସଫଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ମିଳନୀରେ ସଭାପତିମଣ୍ଡଳୀ ପକ୍ଷରୁ ୬ ଟି ପ୍ରସ୍ତାବ ଯଥା-ଭାରତ ସରକାର ଇ.ଏସ୍‌.ଆଇ ରେଫେରାଲ୍ ସର୍ଭିସ୍‌କୁ ବନ୍ଦ କରିଥିବା ପ୍ରକ୍ରିୟାକୁ ନିନ୍ଦା କରିବା ସହିତ ରେଫେରାଲ ସର୍ଭିସକୁ ଜାରି ରଖିବା ଓ ଖଣି ଅଂଚଳର ଶ୍ରମିକମାନଙ୍କୁ ଇ.ଏସ୍‌.ଆଇ.ର ଅନ୍ତର୍ଭୁକ୍ତ କରିବା, ମନେରଗାରେ ମେସନ୍ ଲାଗାଇ କାର୍ଯ୍ୟ ବନ୍ଦ କରିବା, ସରକାରୀ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ଦେଓମାଳି ଓ ଅନ୍ୟାନ୍ୟ ଖଣି ଅଂଚଳରେ ପୋଲିସ୍ ଦମନ ବନ୍ଦ କରିବା ସହ ନ୍ୟାସନାଲ ଫେଡ଼େରସନ ଅଫ ପୋଷ୍ଟାଲ ଏମ୍ଲୋଇଜ୍ ଓ ଅଲ ଇଣ୍ଡିଆ ପୋଷ୍ଟାଲ ଇମ୍ଲୋଇଜ ୟୁନିଅନର ସ୍ୱୀକୃତି କରିଥିବା ବାତିଲକୁ ନିନ୍ଦା କରାଯାଇଥିଲା । ଶେଷରେ ସଭାପତି ମଣ୍ଡଳି ପକ୍ଷରୁ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *