ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର : ଏବିଭିପି

Spread the love

ଖୋର୍ଦ୍ଧା : ଦୀର୍ଘ ୪ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ୱରେ ଭୃଣ ହତ୍ୟା କରୁଛନ୍ତି ଓଡିଶା ସରକାର । ବିଭିନ୍ନ ପ୍ରକାର ବାହାନ ଦେଖାଇ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ । କିନ୍ତୁ ଶୈକ୍ଷିକ ବାତାବରଣର ଉଦହାରଣ କଣ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ନାକ ଗ୍ରେଡ୍ କମିବା, ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜରେ ଅଣଛାତ୍ରମାନଙ୍କ ଆତଙ୍କରାଜ, ନା ଗଞ୍ଜାମର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଙ୍ଗ ଘଟଣାରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି କନଭେନରଙ୍କ ସମ୍ପୃକ୍ତି ଓ କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖାଯାଇଛି ।

ଏବେ ଆଉ ଗୋଟିଏ ଦୃଶ୍ୟବି ସାମ୍ନାକୁ ଆସୁଚି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସ୍ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷମାନେ ବସରେ ସଭାକୁ ନେଇ ଯାଉଛନ୍ତି । ଢେଙ୍କାନାଳରେ ମଠକରୋଗଳ କଲେଜର ବିଦ୍ୟାର୍ଥୀମାନଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହେଲା । ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଏନଏସସିବି କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସରେ ପଠାଯାଉଥିଲା ଯାହାକୁ ଏବିଭିପି ଜୋରଦାର୍ ବିରୋଧ କରିଛି । ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ଦାୟୀ କିଏ ରହିବ କାହା ପ୍ରରୋଚନାରେ କଲେଜ ଅଧ୍ୟକ୍ଷ ମାନେ ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ଭଳି ସଚିବଙ୍କ କାର୍ଯ୍ୟକ୍ରମକୁ ସଂଖ୍ୟା ଯୋଗାଡୁଛନ୍ତି । ଆଜି ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି, କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛନ୍ତି । ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଛି, ରମାଦେବୀ ବିଶ୍ୱବିଦ୍ୟାଳୟର ୫ଟି ପାଚେରୀ ଭୁଶୁଡ଼ିଯାଉଛି, ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ସାମ୍ନାକୁ ଆସିଲା । କ୍ୟାମ୍ପସ୍‌ରେ ମାଳ ମାଳ ସମସ୍ୟା ତାରା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଜିଲ୍ଲା ସଂଯୋଜକ ସାଗର ପରିଡା କହିଛନ୍ତି । ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏନେଇ ଚର୍ଚ୍ଚା ହେଲା କି? ରାଜ୍ୟର ଶିକ୍ଷାର ସମସ୍ୟା ବିଷୟରେ ସ୍ୱର ଉତ୍ତୋଳନ କରିବ କି ବିଜୁ ଛାତ୍ର ଜନତା ଦଳ କ୍ଷ ଏପରିକି ପରିଡା ଦାବି କରିଛନ୍ତି ଯେ ତୁରନ୍ତ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଓ ସଚିବଙ୍କ ପାଇଁ କଲେଜ ଅଧ୍ୟକ୍ଷମାନଙ୍କ ସଂଖ୍ୟା ଯୋଗଡ କରିବା ବନ୍ଦ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ଏହାର ସମାଧାନ ନହେଲେ କ୍ୟାମ୍ପସ୍‌ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ । ସେହିପରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମହାବିଦ୍ୟାଳରେ ଛାତ୍ର ସାଂସଦ ନିର୍ବାଚନର ତାରିଖ ଘୋଷଣ କରାଯାଉ, ପ୍ରାଣନାଥ ସ୍ୱୟଂମଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧାକୁ ବିଶ୍ୱବିଦ୍ୟାଳୟ ଓ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ, ନିରାକାରପୁରକୁ ସ୍ୱୟଂଶାସିତ ମାନ୍ୟତା ଦେବାସହ ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାକତତର ଶିକ୍ଷା ଆରମ୍ଭ କରାଯାଉ ।

ଜିଲ୍ଲାର ସମସ୍ତ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ବିଶ୍ରାମଗାର ଗଠନ କରାଯାଉ । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୁଷ୍ଟିରୁ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ପୋଲିସ ଫାଣ୍ଡି ଗଠନ କରାଯାଉ, ଖୋର୍ଦ୍ଧାର ସମସ୍ତ ମହାବିଦ୍ୟାଳରେ ପାଇକ ସ୍ମାରକୀ ଉପରେ ସ୍ୱତନ୍ତ୍ର ଗବେଷଣା କରାଯାଉ ଆଦି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ- ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭମ ସୁଭାଶିଷ, ଜିଲ୍ଲା ସହ- ସଂଯୋଜିକା ଲିପ୍ସା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *