ରାଜ୍ୟ ଯୁବ ବିଜେପି ପକ୍ଷରୁ ୨୨ ପ୍ରଶ୍ନ

ଭୁବନେଶ୍ୱର: ଓଡିଶାର ବିକାଶ କଛପ ଗତିରେ ଗତିଶୀଳ। ବିକାଶ ଧାରା ଶିଥିଳ। ବେରୋଜଗାର ବଢି ବଢି ଚାଲିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ଯୁବ ବିଜେପି ପକ୍ଷରୁ ୨୨ଗୋଟି ପ୍ରଶ୍ନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଛି। ଏହା ପଛରେ କିଏ? ତାର ଜବାବ ରଖନ୍ତୁ ରାଜ୍ୟ ସରକାର। ପାଇବ ଯୋଗେ ଜଳ ଯୋଗାଣ ଓ ଜାଗା ମିଶନ ଫେଲ ହୋଇଛନ୍ତି । ପିଇବା ପାଣି ଲୋକଙ୍କୁ ମିଳୁନାହିଁ।  ସୀମାରେ ଥିବା ୧୪ ଜିଲ୍ଲା ଅସୁରକ୍ଷିତ ରହିଥିବା ବେଳେ ପଡ଼ୋଶୀ ରାଜ୍ୟ ମାଡି ବସୁଛିନ୍ତ। ଏନେଇ ସରକାର ମୁକ ସାଜିଛନ୍ତି। ସେହିପରି ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନା ଅବ୍ୟବସ୍ଥା ରହିଛି। ଓଡିଶା ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ  ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ପଛୁଆ କାହିଁକି। ନାବାଳିକା ଦୁଷ୍କର୍ମ ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଚାଷୀ ସମସ୍ୟା ଓ କୃଷି ଅବ୍ୟବସ୍ଥା ସମସ୍ୟାର ସମାଧାନ ରାଜ୍ୟ ସରକାର କାହିଁକି କରୁ ନାହାନ୍ତି ଭଳି ପ୍ରଶ୍ନ କରିଛି ରାଜ୍ୟ ଯୁବ ବିଜେପି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *