ମାଲକାନଗିରି: ବିନା କାରଣରେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆଣି ସ୍କୁଲ ଗେଟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସରକାରି ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଙ୍କୁ ବିନା କାରଣରେ ସେଠାକାର ପିଟି ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ଆସିଛି।
ଯାହାର ଭିଜୁଆର ଏବେ ସୋସିଆଲ ମିଡିଆରେ ଭାଇରାଲ ଦେବାରେ ଲାଗିଛି। ପିଲାଙ୍କ ହାତ ପେଟ ଓ ପିଠିରେ ଦିଦିଙ୍କ ବାଡେଇବା ଚିହ୍ନ ଏବେ ବି ରହିଛି। ତେବେ କେବଳ ଏତିକି ନୁହେ ଜ୍ୟୋତ୍ସ୍ନା ଦିଦି ଛାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଡେସ୍କ ବେଞ୍ଚରେ ଲେଖା ଲେଖି କରିଥିବା ଛାତ୍ରଙ୍କୁ ଆଉ ବିଦ୍ୟାଳୟକୁ ଆସିବା ଲାଗି ବାରଣ କରିଥିଲେ ଦିଦି। ଯାହାକୁ କେନ୍ଦ୍ରକରି ଛାତ୍ରଛାତ୍ରୀ ମାନେ ଉତ୍ତକ୍ତ ହୋଇ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ।
ଏଥି ସହିତ ସଂପୃକ୍ତ ଦିଦିଙ୍କୁ କୋରୁକୋଣ୍ଡା ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବା ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ। ପରେ ଘଟଣା ସ୍ଥଳରେ କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହିତ ଦିଦିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now