ୟୁଟ୍ୟୁବ ବନେଇଲା ସଫଳ ଚାଷୀ

Spread the love

ରାୟଗଡ଼ା: ୟୁଟ୍ୟୁବ ବନେଇଲା ସଫଳ ଚାଷୀ। ଲକଡାଉନ ଓ ସଟଡାଉନ  ଶିଖାଇ ଦେଲା ବଞ୍ଚିବାର ନୂଆ ରାହା। ହାଟରେ ବ୍ୟବସାୟ କରୁଥିବା ଜଣେ ଯୁବକ ଏବେ ପାଲଟି ଯାଇଛନ୍ତି ସଫଳ ବରକୋଳି ଚାଷୀ  । ୟୁଟୁଵରୁ ଦେଖି  ଅନଲାଇନରେ ପ୍ରାୟ ଏକ ଲକ୍ଷ ଟଙ୍କା ବରକୋଳି ଚାରା ମଗାଇ ଚାଷ କରିଥିଲେ । ଏବେ ସେହି ଗଛରେ ଫଳିଛି ଭିନ୍ନ ଭିନ୍ନ ବରକୋଳି ଯାହା ରାୟଗଡା ଜିଲ୍ଲା ପାଇଁ ପ୍ରଥମ।

ଗଛରେ ସୁନ୍ଦର ଓ ସ୍ୱାଦିଆ ବରକୋଳି ଫଳିଛି। ରେଡ଼, କାଶ୍ମୀରି ଲାଲ, ବୋଲ ସୁନ୍ଦରୀ, ତାସାଙ୍ଗକୁ ଗ୍ରୀନ ଆପେଲର ବରକୋଳି। ଏହି ବରକୋଳି ଦେଖିବା ପାଇଁ ଯେତିକି ସୁନ୍ଦର ତା ଠାରୁ ସ୍ୱାଦ ମଧ୍ୟ ଦୁଇଗୁଣା ରହିଛି। ଏକ ବର୍ଷ ମଧ୍ୟରେ ଏଭଳି ବରକୋଳି ଫଳାଇ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ଶିରିପୁର ଗ୍ରାମର ଯୁବ ଚାଷୀ ବିକ୍ରମ ବଡ଼ତିଆ। ବିକ୍ରମ ଏବେ ସମସ୍ତଙ୍କ ପାଇଁ ଉଦାହରଣ । କରୋନା ପୂର୍ବରୁ ସେ ଦୋକାନ କରିବା ସହ ହାଟରେ ବୁଲି ବ୍ୟବସାୟ କରୁଥିଲେ। ହେଲେ କରୋନା ମହାମାରୀ ଯୋଗୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥିଲା। ସେହି ସମୟରେ ଭିନ୍ନ ଭିନ୍ନ ବରକୋଳି ଚାଷ ୟୁଟୁଵରେ ଦେଖିଥିଲେ। ଏହାପରେ ଅନଲାଇନରେ ୩ ରକମର ପ୍ରାୟ ୪୦୦ସହ ଚାରା ପଶ୍ଚିମ ବଙ୍ଗରୁ  ମଗାଇଥିଲେ ଓ ତାଙ୍କର ଖାଲି ପଡିଥିବା  ଗୋଟାଏ ଏକର ଜମିରେ ଚାଷ କରିଥିଲେ। ବିକ୍ରମ ନିଜେ ପରିଶ୍ରମ କରି ୪୦୦ ବରକୋଳି ଗଛ ଲଗାଇଥିଲେ ।  

ବିକ୍ରମଙ୍କ ଏଭଳି ବିଭିନ୍ନ ସ୍ୱାଦର ବରକୋଳି ଚାଷ ଜିଲ୍ଲାରେ ପ୍ରଥମ ଥର ହୋଇଥିବାରୁ ସ୍ତାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟୁଛନ୍ତି ସେ । ଏଭଳି ଯୁବ ଚାଷୀ ଙ୍କୁ ସରକାର ପକ୍ଷରୁ ପ୍ରତ୍ସାହନ ମିଳିପାରିଲେ ସେ ଆହୁରି ଉନ୍ନତମାନର ଚାଷ କରିପାରିବେ  ବୋଲି ସ୍ଥାନୀୟ ଲୋକେ ମତ ଦିଅନ୍ତି।

ଏମିତି ଯୁବ ଚାଷୀଙ୍କୁ ସରକାରୀ ସ୍ତରରେ ଅଧିକରୁ ଅଧିକ ପ୍ରତ୍ସାହିତ କରାଗଲେ ଏହି ଯୁବ ଚାଷୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ଏଥିରେ ସନ୍ଦେହ ନାହିଁ।

ଜି.ଶ୍ରୀନିବାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *