ରାଜଧାନୀ ପାଳିବ 75 ତମ ପ୍ରତିଷ୍ଠା ଦିବସ

Spread the love

BBSR_CAPITAL _FOUNDATION DAY _ PKG

() ଆସନ୍ତାକାଲି ରାଜଧାନୀ ପାଳିବ 75 ତମ ପ୍ରତିଷ୍ଠା ଦିବସ l ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସର ଦାୟିତ୍ଵ ନିର୍ବାହ କରୁଛି ବିଏମସି l ପ୍ରତିଷ୍ଠା ଦିବସ ଅବସରରେ ସଜେଇ ହୋଇଛି ରାଜଧାନୀର କୋଣ ଅନୁକୋଣ l ଚଳିତ ବର୍ଷ 13,14,15 ତିନି ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ l ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗଦେବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ରାଜଧାନୀକୁ ପୁରିଛି ୭୫ ବର୍ଷ। ଏହି 75 ବର୍ଷ ଭିତରେ ବଦଳିଛି ରାଜଧାନୀର ରୂପରେଖ l ସ୍ମାଟ ସିଟି ରୂପେ ଘୋଷିତ ହେବା ପରେ ପ୍ରକୃତି ଓ ପାହାଡ ଘେରା ରାଜଧାନୀ ପରିଣତ ହୋଇଛି କଂକ୍ରିଟ ରାଜଧାନୀରେ l ମନ୍ଦିର ମାଳିନୀ ଭୁବନେଶ୍ୱରରେ ଦଣ୍ଡାୟମାନ ହୋଇଛି ବିଶାଳ କମ୍ପାନୀ ଓ ବଡ ବଡ ସପିଙ୍ଗ ମଲ l ଗାଡି ମୋଟର ସଂଖ୍ୟା ବଢିବା ସହ ରାଜଧାନୀବାସୀଙ୍କ ଜୀବନ ଧାରଣର ମାନ ମଧ୍ୟ ବୃଦ୍ଧି ପାଇଛିl ଶାନ୍ତ ସରଳ ରାଜଧାନୀ ପରିଣତ ହୋଇଛି ବ୍ୟସ୍ତବହୁଳ ରାଜଧାନୀରେ l ଅନ୍ୟପଟେ ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି l ସ୍କୁଲ ପିଲାଙ୍କ ସହ କନେଷ୍ଟବଲ ଫୋର୍ସ , ସ୍କେଟିଂ ଓ ବାଇକ ରାଲି ର ମାର୍ଚିଂ ମଧ୍ୟ ଦେଖିବକୁ ମିଳିଛି l

ବର୍ଷ ପରି ଚଳିତ ବର୍ଷ 13 ଟି କ୍ୟଟେଗୋରି ରେ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବ l ଚଳିତ ବର୍ଷ ଏହି କ୍ୟଟେଗୋରି ରୁ ବେଷ୍ଟ ପୋଷ୍ଟମାଷ୍ଟର କୁ ହଟାଇ ବେଷ୍ଟ ଷ୍ଟାର୍ଟପ ପୁରସ୍କାର ପ୍ରଦାନ କରାଯିବ l ବିଭିନ୍ନ ବରିଷ୍ଠ ନାଗରିକ ମାନେ ମଧ୍ୟ ଯୋଗଦେଇ ପୁରାତନ ଓ ନୂତନ ରାଜଧାନୀ ସମ୍ବନ୍ଧରେ ନିଜର ଅନୁଭୂତି ପ୍ରକାଶ କରିବେ l ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ଅନ୍ୟପଟେ ଆସନ୍ତାକାଲିକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ପ୍ରତ୍ୟେକ ରାଜଧାନୀବାସୀ l

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *