ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ବଢ଼ିଲା ଜୟନାରାୟଣଙ୍କ ଅଡ଼ୁଆ । ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ମହିଳା ଅଫିସରଙ୍କୁ ମାଡ଼ ମାରିବା ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଜନପ୍ରତିନିଧିଙ୍କ ବ୍ୟବହାର ଶୋଭନୀୟ ହେବା ଉଚିତ । ନେତାଙ୍କ ବ୍ୟବହାର ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ଜଷ୍ଟିସ ହୃଷୀକେଶ ରାୟ ଓ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।  ତେବେ ଏ ସମ୍ପର୍କରେ ଫୋନ ଯୋଗେ ମତାମତ ଦେଇଛନ୍ତି ଆଇଆଇସି ଅନିତା ପ୍ରଧାନ l ସେ କହିଛନ୍ତି, ମୁଁ କିଛି ଜାଣି ନାହିଁ କଣ ହେଇଛି l ମୋର ବଦଳି ହେଇଯାଇଛି l ମୁଁ ତ ବର୍ତ୍ତମାନ ବାହାରେ ଅଛି l ଯାହା ସୁପ୍ରିମ କୋର୍ଟ କହିବ ତାହା ହେବ l ମତେ ଡାକିଲେ ମୁଁ ଖାଲି ସାକ୍ଷୀ ଦେବୀ ବୋଲି କହିଲେ ମହିଳା ଆଇଆଇସି ଅନିତା ପ୍ରଧାନ lସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର  l କହିଛନ୍ତି ମୋ ନାଁରେ ୭୨ଟି କେସ୍ ରହିଛି l କେଉଁ କେସ୍ ମୁଁ କିଛି ଜାଣି ନାହିଁ  l ସୁପ୍ରିମ କୋର୍ଟରୁ କୌଣସି ନୋଟିସ କିମ୍ବା ଅର୍ଡର ମତେ ଆସି ନାହିଁ  l ବିରୋଧୀ ଦଳରେ ଥିବାବେଳେ ବିଜେଡି ମୋ ନାଁରେ ଅନେକ କେସ୍ କରାଇଛି  l ଏ ଭିତରେ ୭ ରୁ ୮ କେସ୍ ଖାରଜ ହୋଇ ସାରିଲାଣି  l ଆଗକୁ ଦେଖିବେ ସବୁ କେସ୍ ଖାରଜ ହୋଇଯିବ l ମୁଁ ମାଡ ମାରିନାହିଁ, ଅଫିସର ମୋର ଗୋଡକୁ ମାଡିଦେବାରୁ ମୁଁ ଠେଲି ଦେଲି ବୋଲି ଜୟ ନାରାୟଣ କହିଛନ୍ତି  l ଏହା ସହ ପୋଲିସ ଜନତାଙ୍କୁ ବାଡେଇଲେ ପୋଲିସକୁ ଗୋଡେଇ ଗୋଡେଇ ବାଡେଇବା କଥା ବୋଲି କହିଛନ୍ତି  l ପୋଲିସ ମାରିଲେ ଆମେ କଣ ଦେଖିବୁ ବୋଲି ଜୟନାରାୟଣ କହିଛନ୍ତି  lପ୍ରକାଶଯୋଗ୍ୟ , ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗୋଟିଏ ମାମଲାରେ ଆଗୁଆ ଜାମିନ ଖାରଜ ହୋଇ ଯାଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡିଶା ହାଇକୋର୍ଟ।ମହିଳା ଆଇଆଇସି ଆକ୍ରମଣ ମାମଲାରେ ସମ୍ବଲପୁର ଟାଉନ ଥାନାରେ ରୁଜ୍ଜୁ ମାମଲାରେ ତାଙ୍କ ଆଗୁଆ ଜାମିନ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେହିପରି ସମ୍ବଲପୁର ସଦର ତହସିଲଦାରଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ନେଇ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଅଭିଯୁକ୍ତ ତଳକୋର୍ଟରେ ଆତ୍ମସମର୍ପଣ କରି ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେଵବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *