ଡ୍ରାଗନ ଫ୍ରୁଟ ଚାଷ କରି ଚର୍ଚ୍ଚାରେ ଓଡଗାଁର ସୁରେଶ

ନୟାଗଡ: ଓଡିଶା ମାଟିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ l DFO ଚାକିରିରୁ ଅବସର ନେଇ ଓଡଗାଁ ବ୍ଲକ ପନ୍ତି୍ଖାରି ଗାଁର ସୁରେଶ ଚନ୍ଦ୍ର ହୋତା ଡ୍ରାଗନ ଫ୍ରୁଟ ଚାଷ କରି ଚର୍ଚ୍ଚାରେ l ୪ହେକ୍ଟର ଟାଙ୍ଗରା ଜମିରେ ଚାଷ କରି ଫଳାଇଛନ୍ତି ନାଲି ଟହ ଟହ ଡ୍ରାଗନ ଫ୍ରୁଟ l

ସରକାରୀ ଚାକିରିରୁ ଅବସର ନେବା ପରେ ଚାଷ ପ୍ରତି ମନ ବଳାଇଛନ୍ତି ନୟାଗଡର ସୁରେଶ ଚନ୍ଦ୍ର ହୋତା । ୨୦୨୧ମସିହାରେ ବନ ବିଭାଗର DFO ଚାକିରିରୁ ଅବସର ନେଇଥିଲେ ସୁରେଶ l ନୟାଗଡ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ଡ୍ରାଗନ ଚାଷ ପାଇଁ ସେ ସ୍ଥିର କରିଥିଲେ l ଟାଙ୍ଗରା ଭୂମିରେ ଡ୍ରାଗନ ଚାଷ ବହୁ କଷ୍ଟ କର କାମ l ହେଲେ ସିମେଣ୍ଟରେ ଖୁମ୍ବ ଓ ଉପରେ ରିଙ୍ଗ ତିଆରି କରି ଭିଏତନାମାରୁ ଡ୍ରାଗନ ଚାରା ଆଣି ଅସମ୍ଭବକୁ ସମ୍ଭବ କରିଛନ୍ତି ହୋତା। ତେବେ ଏହି ଚାଷରେ ତାଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଯୋଗା ଯାଇଥିଲା ସହାୟତା।  ଡ୍ରିପ ପ୍ରସ୍ତୁତ କରି ଜମିକୁ ପାଣି ଯୋଗାଇବାରେ ସହଯୋଗ କରିଥିବା ଉଦ୍ୟାନ ବିଭାଗ।

ଅବସର ପରେ ସଞ୍ଚିତ ଧନକୁ ଚାଷ ପ୍ରଣାଳୀରେ ବିନିଯୋଗ କରିଥିଲେ ସୁରେଶ l ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ସାର ଓ ରାସାୟନିକ ପଦାର୍ଥ ବ୍ୟବହାର କରିନଥିଲେ l ଏହି କାର୍ଯ୍ୟରେ ତାଙ୍କୁ ଓଡଗାଁ ଉଦ୍ୟାନ ବିଭାଗ ସହକାରୀ କୃଷି ନିର୍ଦେଶକ ବିଶେଷ ସହଯୋଗ କରିଥିଲେ l ବର୍ତମାନ ଡ୍ରାଗନ ଫଳକୁ ବଜାରରେ କିଲୋପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଛି ଓ ବଜାରରେ ଏହାର ବେଶ ଚାହିଦା ମଧ୍ୟ ରହିଛି। ଏହି ଫଳ ଡାଇବେଟିସ ଓ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ବିଶେଷ ସହାୟକ ହୋଇଥିବାରୁ ଏହାର ଚାହିଦା ରହିଛି।

ନୟାଗଡରୁ ଦେବବ୍ରତ ନାୟକଙ୍କ ରିପୋର୍ଟ…..

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *