କନ୍ଧମାଳ: ବେଦାନ୍ତ କେଶ୍ୱରୀ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ୧୪ତମ ବଳିଦାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଶଂକରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୧୪ତମ ବଳିଦାନ ଦିବସ ସହ ଜନ୍ମାଷ୍ଟମୀ ପାଳିତ ହେଉଛି।
ଆଜି ସକାଳୁ ସକାଳୁ ଆଶ୍ରମର ଅନ୍ତେବାସୀ ଛାତ୍ରୀ ଓ ପରିଚାଳନ କର୍ମକର୍ତ୍ତା ଏବଂ ଆଶ୍ରମକୁ ଆସିଥିବା ଅତିଥି ମିଳିତ ଭାବରେ କଳସ ଯାତ୍ରାରେ ସାମିଲ ହୋଇ ଆଶ୍ରମ ନିକଟରେ ଥିବା ଜଳେଶ୍ୱର ବାବା ପିଠକୁ ଯାଇ ପୂଜାଅର୍ଚ୍ଚନା କରିଥିଲେ । ପରେ ପୂର୍ଣ୍ଣ କଳସରେ ପାଣି ଆଣି, ସୂର୍ଯ୍ୟ ପୂଜା, ଗୋ ପୂଜା, ଘୃତଯଜ୍ଞ କରାଯାଇଛି।
୨୦୦୮ ଆଜିରଦିନରେ ଜଳସପେଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବହୁ ସଂଖ୍ୟାରେ ନକ୍ସଲ ଆଶ୍ରମ ପରିସରରେ ପସିଥିଲେ ଓ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସ୍ବାମୀଜୀ ସାରା ଜୀବନ ଆଦିବାସୀଙ୍କ ଉନ୍ନତି ପାଇଁ ବିତାଇ ଦେଇଥିଲେ। ତାଙ୍କ ଉଦ୍ୟମରେ କନ୍ଧମାଳ ଜିଲ୍ଲାରେ ଆଶ୍ରମ ସ୍କୁଲ ଖୋଲିଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ।
ତାଙ୍କ ହତ୍ୟା ପରେ ସାରା କନ୍ଧମାଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଦେଖାଦେଇଥିଲା ସାମ୍ପ୍ରଦାୟିକ ହିଂସା।

Naxatra News is now on Whatsapp
Join and get latest news update delivered to you via whatsapp
Join Now