୪୦ ଡିଗ୍ରୀ ଉପରେ ୧୬ ସହରର ତାପମାତ୍ରା

Spread the love

ଭୁବନେଶ୍ୱର : ରାଜ୍ୟ ତମାମ୍ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ବର୍ଷୁଛି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିପାରେ । ୧୩ ତାରିଖ ପରେ ତାତି ଆହୁରି ବଢିବ । ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା ଓ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ତଳକୁ ସମ୍ବଲପୁରରେ ୪୩.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୩ ଡିଗ୍ରୀ. ସୁନ୍ଦରଗଡରେ ୪୨.୧ ଡିଗ୍ରୀ , ତାଳଚେରରେ ୪୧ ଡିଗ୍ରି, ଅନୁଗୁଳରେ ୪୧.୭ ଡିଗ୍ରି,  ବଲାଙ୍ଗୀରରେ ୪୧.୨    , ରାଉରକେଲାରେ ୪୨  ଡିଗ୍ରୀ ,  ଅନୁଗୁଳରେ ୪୧.୭ ଡିଗ୍ରୀ ,ସୋନପୁରରେ ୪୧.୩ ଡିଗ୍ରୀ  , ବଲାଙ୍ଗିରରେ ୪୧.୨ , ଟିଟିଲାଗଡ଼ , ତାଳଚେର ଓ ନୂଆପଡାରେ ୪୧ , ବାରିପଦାରେ ୪୦.୬  ,  ବରଗଡ ଓ ନୟାଗଡରେ ୪୦.୨, ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

 ସେହିଭଳି ଆଜି ଭୁବନେଶ୍ୱରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରୀ  ରହିଥିବା ବେଳେ କଟକରେ ଥିଲା ୩୮.୫ ଡିଗ୍ରୀ ସେଲସିଅସ୍ ।

Leave a Reply

Your email address will not be published. Required fields are marked *