() କୁକୁର ପାଳିବା ସଉକ ପଡିଲା ମହଙ୍ଗା l ଇନ୍ଫୋସିଟି ଥାନା ଅଧୀନ ଏକ ଆପାର୍ଟମେଣ୍ଟରେ କୁକୁର କାମୁଡ଼ାରେ ୮ ବର୍ଷର ଛୁଆ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲ ରେ ଭର୍ତ୍ତି l ଥାନାରେ ମୁହାଁମୁହିଁ ପରିବାର ଲୋକ ଏବଂ କୁକୁରର ମାଲିକଣୀ l ଅନ୍ୟପଟେ ପଶୁପ୍ରେମୀ ଓ ପରିବାର ଲୋକଙ୍କ ମଧ୍ୟରେ କଲୋନୀରେ ଖଣ୍ଡଯୁଦ୍ଧ l
ବିଦେଶୀ କୁକୁର କୁ ନେଇ ଇନ୍ଫୋସିଟି ଥାନା ଅନ୍ତର୍ଗତ ତପସ୍ୱିନୀ ଆପାର୍ଟମେଣ୍ଟରେ ତେଜିଛି ବିବାଦ। ୮ ବର୍ଷର ଶିଶୁକୁ ପୋଷା କୁକୁର କାମୁଡିବା ପରେ ଏବେ ଅଶାନ୍ତ ହୋଇପଡିଛି ପରିବେଶ। ଗତ ୬ ତାରିଖ ଦିନ ଆପାର୍ଟମେଣ୍ଟରେ ଶ୍ରାବଣୀ ପଟନାୟକ କୁକୁର ବୁଲାଉଥିବା ବେଳେ ମାଲିକାଣୀଙ୍କ ହାତ ରୁ ଖସି ସେଠାରେ ଯାଉଥିବା ଶିଶୁ ଅର୍ଜୁନଙ୍କ ଉପରକୁ ଡେଇଁ ତାକୁ ଝୁଣି ପକାଇଥିଲା କୁକୁର।ଶିଶୁଟିକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଥିଲା । ଏ ନେଇ ଇନ୍ଫୋସିଟି ଥାନାରେ ଏକ ଅଭିଯୋଗ ହେଲା ପରେ ବି ମାଲିକଣୀ କୁକୁରକୁ ଛାଡିବାକୁ ନାରାଜ l ଅନ୍ୟପଟେ ବିଏମସି ପାଖରେ ଆଜି ଶିଶୁଟିର ପରିବାର ଲୋକ ଅଭିଯୋଗ କରିବା ପରେ କୁକୁରଟି ସେଠାରୁ ଯଥାଶୀଘ୍ର ନେଇଯିବା ପାଇଁ ବିଏମସି ପକ୍ଷରୁ ପ୍ରତିଶୃତି ମିଳିଛି।
ଅନ୍ୟପଟେ ପଶୁପ୍ରେମୀ ପହଂଚି କୁକୁର ପାଇଁ ସହାନୁଭୁତି ଦେଖାଇବା ପରେ ପ୍ରକାଶ ପାଇଥିଲା ଉତେଜନା l କେଉଁଠି ରହିବ କୁକୁର ତାକୁ ନେଇ ବେଶ କିଛି ସମୟ ପର୍ଯ୍ୟନ୍ତ କଥା କଟାକଟି ଚାଲିଥିଲା।ଆଉ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏତେ ପରେ ବି କୁକୁରର ମାଲିକାଣୀ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ।
Naxatra News is now on Whatsapp
Join and get latest news update delivered to you via whatsapp
Join Now