ଶ୍ରୀମନ୍ଦିର ଚାରି ପାର୍ଶ୍ୱର ଲାଇଟ୍ ଖୋଲିବା ଘଟଣା : ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ….

Spread the love

ଶ୍ରୀମନ୍ଦିରର ଚାରି ପାର୍ଶ୍ୱରେ ଲାଇଟ୍ ଖୋଲି ଦିଆଯିବା ଘଟଣା। ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୩ ଦିନ ହେଲା ଅନ୍ଧାର ହୋଇଛି ଶ୍ରୀମନ୍ଦିର ଚାରିପଟ । ଶ୍ରୀମନ୍ଦିର ସଂପୂର୍ଣ୍ଣ ଆଲୋକିକରଣ ପାଇଁ ଲାଇଟ ଲଗାଯାଇଥିଲା। ଏଥିସହ ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା ।

Leave a Reply

Your email address will not be published. Required fields are marked *