ନଦୀରେ ଗାଧେଇବା ହେଲା କାଳ: ନଈରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

Spread the love

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଅଭାବନୀୟ ଘଟଣା l ନଦୀରେ ବୁଡି ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି l ବାଉଁଶିଆପଡା ଗାଁର ଦୁତିକୃଷ୍ଣ ସେଠୀଙ୍କ ପୁଅ, ଝିଅ ଓ ଗାଁ ଅନ୍ୟ ଜଣେ ନାବାଳକ ମିଶି ନିକଟସ୍ଥ କୁସୁମୀ ନଦୀକୁ ଗାଧେଇବାକୁ ଯାଇଥିଲେ l ଗାଧେଇବା ବେଳେ ନଦୀରେ ବୁଡି ଯାଇଥିଲେ ଉଭୟ ଭାଇ ଭଉଣୀ l ଏହା ଦେଖି ସେମାନଙ୍କ ସହ ଯାଇଥିବା ଅନ୍ୟ ଜଣେ ନାବାଳକ ପାଟିକରି ଲୋକଙ୍କୁ ଡାକିଥିଲା l ସଙ୍ଗେ ସଙ୍ଗେ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଇଟାମାଟି ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

Leave a Reply

Your email address will not be published. Required fields are marked *