ସାହିତ୍ୟ ମାସିକୀରେ ମତବିନିମୟ ସାହିତ୍ୟ ସଂପ୍ରୀତି ଓ ସହୃଦୟତା ବଢ଼ାଇଥାଏ

Spread the love

ଭୁବନେଶ୍ୱର : ଜଣେ ସାହିତ୍ୟିକ ସାଧାରଣ ଜୀବନରୁ ଆସି ନିଜ ରଚନା ମାଧ୍ୟମରେ ଜୀବନୋତର ପ୍ରସଙ୍ଗଗୁଡ଼ିକ ଉପସ୍ଥାପିତ କରେ । ସରଳତା ସାଙ୍ଗକୁ ଗହନ ଅନୁଭବ ତା’ ରଚନାକୁ ପରିପୁଷ୍ଟ କରିଥାଏ । ଜୀବନ ଜିଇଁବାର କଳାକୁ ସାହିତ୍ୟ ଅଧିକ ସମୃଦ୍ଧ ଓ ଅର୍ଥପୂର୍ଣ୍ଣ କରେ । ସାହିତ୍ୟ ସଂପ୍ରୀତି ଓ ସହୃଦୟତା ବଢ଼ାଇଥାଏ ବୋଲି ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ମତବିନିମୟ ହୋଇଛି ।

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଥାକାର ରାଜ୍ୟବର୍ଦ୍ଧନ ଧଳମହାପାତ୍ର ଯୋଗଦେଇ ‘ମୋ ଜୀବନ, ମୋ ସାହିତ୍ୟ’ ପ୍ରସଙ୍ଗରେ ନିଜ ଅନୁଭୂତି, ଗଳ୍ପକାରିତା, ସୃଷ୍ଟିଶିଳ୍ପ ଓ ସାହିତ୍ୟସାଧନାରେ ଜୀବନର ପ୍ରଭାବ ଉପରେ ବିସ୍ତୃତ ଆଲୋଚନା

କରିଥିଲେ । ସୂର୍ଯ୍ୟମଣି ତ୍ରିପାଠୀ, ଆଭାସ ବରାଳ, ପବିତ୍ର ମୋହନ କର, ପ୍ରଦୀପ୍ତ କୁମାର ବାରିକ, ନନ୍ଦକିଶୋର ବିଶ୍ୱାଳ, ଦେବାଶିଷ ମହାପାତ୍ର ଓ ଶମ୍ଭୁନାଥ ଦାସ ପ୍ରମୁଖ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ଏ ମାସର କଥାକାର’ ଭାବରେ ନମିତା ପାଇକରାୟ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।

ଅଭୟ ନାରାୟଣ ନାୟକ ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମନମୋହନ ମିଶ୍ର, ବିଭୂତି ପାଣିଗ୍ରାହୀ, କ୍ଷଣପ୍ରଭା ମହାନ୍ତି, ସନ୍ତାପ ଜେନା, ସଂଯୁକ୍ତା ପରିଡ଼ା, ଚକ୍ରଧର ଦାଶ, ସୁନନ୍ଦା ମିଶ୍ର, ନୃସିଂହ ତରାଇ, ସ୍ୱର୍ଣ୍ଣ ମହାପାତ୍ର, ଯଶୋବନ୍ତ ସେଠୀ, ସରୋଜିନୀ ଜେନା, ବିଧୁଭୂଷଣ ତ୍ରିପାଠୀ, ପୁଷ୍ପଲତା ମିଶ୍ର, ଇତିଶ୍ରୀ ପତି ଓ ପୁଷ୍ପା ଧଳମହାପାତ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ସୁଧୀର ମଉଡମଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *