ଅନୁଗୋଳ ବନଖଣ୍ଡ ଜରପଡ଼ା ରେଞ୍ଜ୍ କତଡ଼ା ହରିଜନ ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ବନବିଭାଗ ଦେଶୀ ବନ୍ଧୁକ, ୪ଟି ହରିଣ ଶିଙ୍ଗ, ଭୁଜାଲି, ଟାଙ୍ଗୀଆ, ତାର, ଫାସ୍, କଟର ମେସିନ୍, ବଟକରା, ଜନ୍ତୁ ଶିକାର ପାଇଁ ବ୍ୟବହୃତ ଲାଇଟ, ପନିକି ସମେତ ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲା ବନ ବିଭାଗ। ଜବତ ସାମଗ୍ରୀକୁ ବନବିଭାଗ ପକ୍ଷରୁ ଜରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି l ତେବେ କିଛି ଦିନ ତଳେ ଜରପଡା ରେଞ୍ଜରେ ଜଣେ ଜନ୍ତୁ ଶିକାରୀକୁ ଗିରଫ କରିବା ସହିତ ହାତ ବୋମା ଓ ବନ୍ଧୁକ ମଧ୍ୟ ଜବତ କରିଥିଲେ ବନବିଭାଗ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now