ରଥ ଉପରେ ଅଣସେବାୟତ ଚଢିବା ଘଟଣା : ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ଥାନାରେ ଏତଲା

Spread the love

ପୁରୀ : ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀ ମାନଙ୍କୁ ଏକ ଚିଠି କରିଥିଲେ। ଯାହାର ଚିଠି ନମ୍ବର XII-୧୫/୨୦୨୩ ଅଟେ। ଯେଉଁ ଚିଠିର ଚାରି ନମ୍ବରରେ ଉଲ୍ଲେଖ ରହିଛି ଯେ, ରଥ ଉପରେ କେହି ମୋବାଇଲ ଫୋନ ବ୍ୟବହାର କରିବେ ନାହିଁ ଓ ପାଞ୍ଚ ନମ୍ବରରେ ଉଲ୍ଲେଖ ଅଛି କୋୖଣସି ଅଣସେବକ ରଥ ଉପରେ ରହିବେ ନାହିଁ।

ଦେଖାଯାଇଛି କେତେକ ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛି । ମଞ୍ଚ ଏତଲାରେ ଲେଖିଛି ଯେ, ରଥ ଉପରକୁ କିଛି ଅଣ ସେବାୟତ ଯାଇ ଠାକୁରଙ୍କୁ କୁଣ୍ଢାଇବା ସହିତ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ ମିଡ଼ିଆରେ ଛାଡିଛନ୍ତି । ଅନେକ ରଥ ଉପରେ ଠାକୁରଙ୍କ ପାଖରୁ ରିଲସ କରିଥିବା ଦେଖିବାକୁ ମିଳିଛି । ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ମହାପ୍ରଭୁଙ୍କ ପୋଷାକ ବଦଳା ଭିଡ଼ିଓ ଵି ସୋସିଆଲ ମିଡ଼ିଆରେ ଛଡା ଯାଇଛି । ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି ହୋଇଥିବା ନିର୍ଦେଶନାମାକୁ ଉଲଘଂନ କରିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ସେମାନଙ୍କ ଫେସ ବୁକ ଯାଞ୍ଚ କରାଯାଉ। ଯେଉଁମାନେ ରଥ ଉପରେ ଫଟୋ ଭିଡ଼ିଓ କରିଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ର ଦଫା ୨୯୫, ୨୯୫ଏ, ୨୯୬ ଅନୁସାରେ ମୋକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ଏତଲାରେ ଦର୍ଶାଯାଇଛି । ଏତେ ସଂଖ୍ୟକ ଅଣସେବାୟତ ରଥ ଉପରକୁ କିପରି ଚଢ଼ିରେ ତାହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମଞ୍ଚ ଅଭିଯୋଗ କରିଛି।

ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ୍ କୁମାର ସାହୁ, ଉମାଶଙ୍କର ସାହୁ, ବିଚିତ୍ରା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *