ଜୟପୁର : ଜୟପୁର ପୌର ପ୍ରଶାସନ ତରଫରୁ ଜବର ଦଖଲ ଉଛେଦ ହୋଇଛି । ଲକ୍ଷ୍ମୀ ପଣ୍ଡା ଛକ ଠାରୁ ଟ୍ରାଫିକ ଛକ ଯାଏ ଜାତୀୟ ରାଜପଥ ରାସ୍ତା କଡ ଡ୍ରେନ ଉପରେ ଜବର ଦଖଲ କରି ବ୍ୟବସାୟ କରୁଥିଲେ । ସେହି ସବୁ ଜବର ଦଖଲକୁ ଉଛେଦ କରାଯାଇଛି । ଏହା ସହ ମୁଖ୍ୟ ରାସ୍ତାର ଜଗତ ଜନନୀ ଛକ ଯାଏ ମଧ୍ୟ ଉଭୟ ପଟେ ଦୋକାନୀମାନେ ଜବର ଦଖଲ କରି ବ୍ୟବସାୟ କରୁଥିବାରୁ ଉଛେଦ କରାଯାଇଛି । ଏନେଇ ଉଛେଦ କରିବା ପାଇଁ ଆଗରୁ ପୌର ପ୍ରଶାସନ ତରଫରୁ ଡାକ ବାଜୀ ଯନ୍ତ୍ର ଦ୍ୱାରା ବ୍ୟବସାୟୀଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ବ୍ୟବସାୟ କରିବା ଦ୍ୱାରା ରାସ୍ତା ଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା । ଏହାକୁ ଗୁରୁତ୍ୱ ନେଇ ପୌର ପ୍ରଶାସନ ତରଫରୁ ୨ଟି ଜେସିବି ଦ୍ୱାରା ଉଛେଦ କରାଯାଇଛି । ଏହି ଜବର ଦଖଲ ଉଛେଦ ସମୟରେ ଜୟପୁର ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଜମାଦାର ପି ଜଗଦିଶ, ପୌର କର୍ମଚାରି, ଟାଉନ ପୋଲିସ ଉପସ୍ଥ୍ିତ ଥିଲେ । ଆଗାମୀ ୨ ଦିନ ପରେ ମଧ୍ୟ ଜବର ଦଖଲ ଉଛେଦ କରାଯିବ ବୋଲି ପୌର କାର୍ଯ୍ୟନିବାହୀ ଅଧିକାରି ପଟ୍ଟନାୟକ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now