ସପ୍ତାହକୁ ୯୦ଘଣ୍ଟା- କେତେ ସମୟ ପତ୍ନୀକୁ ଚାହିଁବ?

ସପ୍ତାହରେ ୯୦ ଘଣ୍ଟା କାମ କର। ଏଭଳି ପ୍ରସ୍ତାବ ଦେଇ ଟ୍ରୋଲ୍ ହୋଇଛନ୍ତି ଏଲ୍ ଆଣ୍ଡ ଟି କମ୍ପାନୀର ଚେୟାରମ୍ୟାନ୍ ଏସ.ଏସ.ସୁବ୍ରମଣ୍ୟମ। ପତ୍ନୀଙ୍କୁ କେତେ ସମୟ ଯାଏ ଦେଖିବ। ସପ୍ତାହକରେ ସେଥିଲାଗି ୯୦ ଘଣ୍ଟା କାମ କରିବା ଦରକାର। ସେ ନିଜେ ବି ରବିବାର ଅଫିସ୍ ଆସୁଛନ୍ତି। ଘରେ କମ୍ ଓ ଅଫିସରେ ଅଧିକ ସମୟ ବିତାଅ। ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଭଳି ବାର୍ତ୍ତା ଦେଇ ପୁଣି ଚର୍ଚ୍ଚାରେ ସୁବ୍ରମଣ୍ୟମ। ନାରାୟଣ ମୂର୍ତ୍ତିଙ୍କ ପରେ ପ୍ରତିଷ୍ଠିତ ବ୍ୟବସାୟୀ ସୁବ୍ରମଣ୍ୟମଙ୍କ ଏଭଳି ପ୍ରସ୍ତାବକୁ ଅନେକ ନାପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ଇନଫୋସିସର କୋ ଫାଉଣ୍ଡର ଏନଆର ନାରାୟଣ ମୂର୍ତ୍ତି ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଦେଶ ବିଦେଶରେ ବଡ଼ ବିବାଦ ଓ ତର୍କର ପ୍ରସଙ୍ଗ ହୋଇଥିଲା। ଲାର୍ସନ ଆଣ୍ଡ ଟ୍ରବୋ ଅଧ୍ୟକ୍ଷ ଏ କଥା ବି ଭିଡିଓ କନଫରେନ୍ସିଂରେ ୯୦ ଘଣ୍ଟା କାମ କରିବା ସପକ୍ଷରେ ଓକିଲାତି କରି କହିଛନ୍ତି ଯେ, ସେ ନିଜେ ବି ରବିବାର ଅଫିସ ଆସୁଛନ୍ତି। ଯଦି ସମ୍ଭବ ହେବ। ତା ହେଲେ ସେ ନିଜ କର୍ମଚାରୀଙ୍କୁ ରବିବାରରେ ବି କାମ କରାଇବେ।

ସୁବ୍ରମଣ୍ୟମଙ୍କ ଏହି ବୟାନ ସେତେବେଳେ ଆସିଛି। ଯେତେବେଳେ କମ୍ପାନୀ ୬ ଦିନର କାର୍ଯ୍ୟସପ୍ତାହ ପଲିସି ଉପରେ ଚର୍ଚ୍ଚା କରୁଥିଲା। ଏପରିକି ସେ ତାଙ୍କ କର୍ମଚାରୀଙ୍କୁ ରବିବାରରେ କାମ ଦେଇପାରୁନଥିବାରୁ ଅବଶୋଷ ଜାହିର କରିଛନ୍ତି ସୁବ୍ରମଣ୍ୟମ। ଏଭଳି କହୁଥିଲା ବେଳେ ଚୀନ୍‌ର ଓ୍ୱାର୍କ କଲଚରର ଉଦାହରଣ ଦେଇଥିଲେ। ଚୀନ୍ ଖୁବ୍ କମ ଦିନରେ ଆମେରିକାରୁ ଟପିଯିବ। ଚୀନ୍ କର୍ମଚାରୀ ସପ୍ତାହରେ ୯୦ ଘଣ୍ଟା କାମ କରନ୍ତି। ଯେତେବେଳେ ଆମେରିକାରେ ୫୦ ଘଣ୍ଟା ଯାଏ ଓ୍ୱାର୍କ ଓ୍ୱିକ୍। ବିଜନେସମ୍ୟାନ୍, ଫିଲ୍ମ ଜଗତର ପ୍ରତିଷ୍ଠିତ ଚେହେରା ଯାଏ ଏଭଳି ପ୍ରସ୍ତାବକୁ ନିନ୍ଦା କରିଛନ୍ତି। ଆରପିଜି ଏଣ୍ଟରପ୍ରାଇଜ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଏଭଳି ଓ୍ୱାର୍କ କଲଚର ସହ ସଣ୍ଡେର ନାଁ ବଦଳି ସନ୍‌-ଡ୍ୟୁଟି ହେବା ଦରକାର। ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଇନଷ୍ଟାଗ୍ରାମରେ ନିନ୍ଦା କରିବା ସହ କହିଛନ୍ତି, ଏଭଳି ଉଚ୍ଚ ପଦରେ ବସିଥିବା ବ୍ୟକ୍ତି ବୟାନ ଦେବା ଆଗରୁ ମାନସିକ ସ୍ୱାସ୍ଥ୍ୟ କଥା କେମିତି ଭୁଲିଯାଆନ୍ତି। ତେବେ ଟ୍ରୋଲ୍ ପରେ କମ୍ପାନୀ ସଫେଇ ରଖିଛି। ରାଷ୍ଟ୍ର ନିର୍ମାଣ ଆମ ଜନାଦେଶର ମୂଳଆଧାର ଅଟେ। ଗଲା ୮୦ ବର୍ଷରୁ ଅଧିକ ସମୟ ଭାରତର ଭିତ୍ତିଭୂମି, ବ୍ୟବସାୟ ଓ ଜ୍ଞାନକୌଶଳକୁ କ୍ଷମତାକୁ ଆକାର ଦେବାରେ ଲାଗିଛି କମ୍ପାନୀ। ବିକଶିତ ରାଷ୍ଟ୍ର ତିଆରିରେ ସକରାତ୍ମକ ଦୃଷ୍ଟିକୋଣ ଓ ସାମୂହିକ ସମର୍ପଣର ପ୍ରୟାସ ହେବା ଜରୁରୀ। କମ୍ପାନୀ ଅଧ୍ୟକ୍ଷଙ୍କ ଏହି ପ୍ରସ୍ତାବ ଏକ ମହତ୍ତ୍ୱକାଙ୍କ୍ଷାକୁ ଦର୍ଶାଉଛି। ସଂକଳ୍ପ, ଉଦେଶ୍ୟ ଓ ପ୍ରଦର୍ଶନକୁ ନେଇ କମ୍ପାନୀ ଯେମିତି ବଢ଼ୁଛି। ରାଷ୍ଟ୍ର ନିର୍ମାଣରେ ସମାନ ଭାଗିଦାରୀ ଚାହୁଁଛି। ଏଲଆଣ୍ଡଟି ଅଧ୍ୟକ୍ଷ ସୁବ୍ରମଣ୍ୟମ ୨୦୨୩-୨୪ ଆର୍ଥିକ ବର୍ଷରେ ବାର୍ଷିକ ଦରମା ବାବଦକୁ ନେଇଥିଲେ ୫୧ କୋଟି। ୨୦୨୨-୨୩ ତୁଳନାରେ ତାଙ୍କ ଦରମା ୪୩.୧୧ ପ୍ରତିଶତ ଅଧିକ ଥିଲା। ଅକ୍ଟୋବର ୧, ୨୦୨୩ରେ କମ୍ପାନୀର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦେଶକ ହୋଇଥିଲେ ସୁବ୍ରମଣ୍ୟମ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *