ପୁରୀ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍ କରାଯିବ । ତାଙ୍କ ଗସ୍ତ ସମୟରେ ରାସ୍ତାକୁ ସିଲ କରାଯିବ । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରାଜଭବନରେ ରାତ୍ରିଯାପନ କରିବାର ସୂଚନା ରହିଛି। ଜୁଲାଇ ୮ ତାରିଖରେ ଭୁବନେଶ୍ଵର ଫେରି ଖଣ୍ଡଗିରି , ଉଦୟଗିରି ଗୁମ୍ପା ପରିଦର୍ଶନ କରିବା ସହ ହରିଡାମାଡା ଗାଁରେ ବ୍ରହ୍ମକୁମାର ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବେ। ଜୁଲାଇ ୯ ତାରିଖରେ ନାଇଜରର ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now