ଝାରସୁଗୁଡା ଗଠନ ପାଇଁ ସଂଗ୍ରାମ ଜାରୀ ରହିବ – ଟଙ୍କଧର ତ୍ରିପାଠୀ

Spread the love

ଭୁବନେଶ୍ୱର : ବିଧାନସଭା ଉପ ନିର୍ବାଚନରେ ପରାଜୟ ପରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ଦୀପାଳୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଝାରସୁଗୁଡା ଗଠନ ପାଇଁ ସଂଗ୍ରାମ ଜାରୀ ରହିବ ବୋଲି କହିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ – ଝାରସୁଗୁଡା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀକୁ ଭୋଟ ଦେଇଥିବା ୫୮୪୭୭ ଝାରସୁଗୁଡା ବାସୀଙ୍କୁ ଧନ୍ୟବାଦ । ବିଜୟୀ ହୋଇଥିବା ଭଉଣୀ ଦୀପାଳି ଦାସଙ୍କୁ ମଧ୍ୟ ଅଭିନନ୍ଦନ ।ଆଗାମୀ ଦିନରେ ସୁରକ୍ଷିତ, ଭୟମୁକ୍ତ, ସ୍ୱଚ୍ଛ, ଶିକ୍ଷିତ ଓ ସମ୍ରୁଦ୍ଧଶାଳୀ ଝାରସୁଗୁଡା ଗଠନ ପାଇଁ ସଂଗ୍ରାମ ତୀବ୍ରତର ହେବ ।

Leave a Reply

Your email address will not be published. Required fields are marked *