ଏମସ୍ ରେ କେଣ୍ଟେନର ମଧ୍ୟରେ ସଂରକ୍ଷିତ ଅଛି ୪୧ ମୃତଦେହ

Spread the love

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୫ ଜଣଙ୍କ ମଧ୍ୟରୁ ୧୨୩ ଜଣଙ୍କର ମୃତଦେହ ସଂରକ୍ଷଣ ପାଇଁ ଭୁବନେଶ୍ୱର ଏମସ୍ ଅଣାଯାଇଥିଲା । ସେଥିରୁ ୬୬ ଟି ମୃତଦେହ ଚିହ୍ନଟ ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ବାକି ୫୭ଟି ମୃତଦେହ ମଧ୍ୟରୁ ୪୧ ଟିକୁ ୨ ଟି କେଣ୍ଟେନର ମଧ୍ୟରେ ସଂରକ୍ଷିତ କରି ରଖାଯାଇଛି ବୋଲି ଏମସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଏମସ୍ ପରିସରରେ ଏତେ ସଂଖ୍ୟାରେ ମୃତଦେହ ସଂରକ୍ଷଣ ପାଇଁ ଡିପ୍ ଫ୍ରିଜ୍ ନଥିବାରୁ ଗତକାଲି ପାରାଦ୍ୱିପରୁ ୫ ଟି କଂଟେନର ମଗାଯାଇଥିଲା । ପ୍ରତି କେଣ୍ଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ରହିପାରିବ । କେଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ ।

Leave a Reply

Your email address will not be published. Required fields are marked *