ଏମସ୍ ରେ ରହିଛି ଆହୁରି ୮୨ ଟି ମୃତଦେହ

Spread the love

ଭୁବନେଶ୍ୱର : ଗତ ଶୁକ୍ରବାର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇପାରିନଥିବା ମୃତଦେହ ଗୁଡିକୁ ଭୁବନେଶ୍ୱର ଏମସ୍ ଅଣାଯାଇଥିଲା । ଚିହ୍ନଟ ହୋଇପାରିଥିବା ମୃତକଙ୍କ ସମ୍ପର୍କୀୟମାନଙ୍କୁ ଯାଂଚ ପରେ ମୃତଦେହ ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଥିବା କିମ୍ବା ଚିହ୍ନଟରେ ଅସୁବିଧା ହେଉଥିବାରୁ ଡିଏନଏ ପରୀକ୍ଷା କରାଯାଉଛି ।

ଏମସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଏମସ୍ କୁ ୧୬୨ ଜଣଙ୍କ ମୃତଦେହ ଅଣାଯାଇଥିଲା । ସେଥିମଧ୍ୟରୁ ୮୦ ଟିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଆଉ ୮୨ ଟିକୁ ସଂରକ୍ଷିତ କରି ରଖାଯାଇଛି । ୫୦ ଜଣ ଆବେଦନକାରୀଙ୍କ ଠାରୁ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୨୯ଟି ସାମ୍ପଲ ଦିଲ୍ଲୀ ପଠାଯାଇଛି । ୭୦ଟି ମୃତଦେହକୁ ୪ ଟି କେଂଟନର ମଧ୍ୟରେ ରଖାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *