ଜଟଣୀ, ଖୋର୍ଦ୍ଧା ଓ କଣାସ ବ୍ଲକର ଅନେକ ଗାଁ ଜଳମଗ୍ନ

Spread the love

ରାଜୁଆ ନଦୀ ବନ୍ଧରେ ଘାଇ। ରାଜୁଆ ନଦୀରେ ପ୍ରାୟ ୧୦୦ ପୁଟରୁ ଉର୍ଦ୍ଧ୍ୱ ଲମ୍ୱର ଘାଇ ସୃଷ୍ଟି ହୋଇଛି। ଫଳରେ ଜଟଣୀ, ଖୋର୍ଦ୍ଧା ଓ କଣାସ ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି। ବିଶେଷ କରି ତିରିମଲ, ହଳଦିଆପଡା, ଲୋକାପାଳ ଅଣ୍ଡା ହରିପୁର ଏବଂ ଅଁଳାଯୋଡି ଗ୍ରାମ ଏବେ ବନ୍ୟାଘେରରେ ରହିଛି। ଶହ ଶହ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି। ବିଳମ୍ୱତ ରାତିରେ ଘାଇରେ ବନ୍ଧ ଭାଙ୍ଗିଯିବାରୁ ବନ୍ୟାଜଳ ଘର ଭିତରକୁ ପ୍ରବେଶ କରିଛି। ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜଟଣୀ BDO ସରୋଜ ରାଉତ ପ୍ରମୁଖ ଘଟଣା ସ୍ଥଳ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଜଟଣୀ BDO । ସେହିପରି ତିରିମଲ ଓ ହଳଦିଆପଡା ମନ୍ଦାରବସ୍ତକୁ ସଂଯୋଗ କରୁଥିବା ଏହି ଏକମାତ୍ର ବନ୍ଧ ରାସ୍ତାଟି ଘାଇ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେପଟେ ବାଲିପାଟଣା ବ୍ଲକ ପମ୍ପାଲ ପଞ୍ଚାୟତର ଦରଡ଼ା ଗାଁରେ ଧନୁଆ ନଈର ପାଣି ପଶିଛି। ଫଳରେ ଆଜିକୁ ଦୁଇ ଦିନ ହେବ ୧୬ଠ ପରିବାର ବନ୍ୟା ପାଣିରେ ଜଳବନ୍ଦୀ ହୋଇ ରହିଛନ୍ତି। ସେପଟେ ପ୍ରଶାସନ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଗାଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଦୁଇଦିନ ହେଵ ସେମାନେ ଭୋକ ଉପାସରେ ରହିଛନ୍ତି।

Leave a Reply

Your email address will not be published. Required fields are marked *