ମହାନଦୀ କି ଅନ୍ୟ କୌଣସି ବେସିନରେ ବନ୍ୟା ନାହିଁ –ସର୍ବୋଚ୍ଚ ଯନ୍ତ୍ରୀ

Spread the love

ଭୁବନେଶ୍ୱର : ମହାନଦୀ କି ଅନ୍ୟ କୌଣସି ବେସିନରେ ବନ୍ୟା ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ କହିଛନ୍ତି, ହୀରାକୁଦ ଜଳ ସ୍ତର ୬୨୦.୮ ଫୁଟକୁ ଖସିଲାଣି. । ଜଳ ସ୍ତର କମୁଛି. ହୀରାକୁଦ ତଳମୁଣ୍ଡ କି ଉପରମୁଣ୍ଡରେ ବର୍ଷା ନାହିଁ । ଆସନ୍ତା ୯ ତାରିଖ ସୁଦ୍ଧା ହୀରାକୁଦ ଜଳ ସ୍ତର ୬୧୫ ଫୁଟ ତଳକୁ ଖସି ଯିବ. ଆଉ ହୀରାକୁଦ ଗେଟ ଖୋଲିବନି । ପାଣି ଖସିଲେ, ଗେଟ ବନ୍ଦ କରାଯିବ. ଆଜି ସବୁଠି ପାଣି ଖସି ଯିବ. କେବଳ ଉତ୍ତର ଓଡ଼ିଶାକୁ ବର୍ଷା ଅଛି ଯ। ଯେଉଁଥି ପାଇଁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରଖାଯାଇଛି। ବର୍ଷା ହେଲେ ଜଳ ସମ୍ପଦ ଅଧିକାରୀମାନଙ୍କୁ ସେଠାକୁ ପଠାଯିବ ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ସେଠି ଜଳ ସ୍ତର ବହୁତ ତଳେ ଅଛି. ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ବର୍ଷା ନାହିଁ. ବ୍ୟସ୍ତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *