ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ମୟୁରଭଞ୍ଜ

Spread the love

()ଆଗରୁ ଅନେକ ଥର ମୟୁରଭଞ୍ଜ ନିଜ ସୌନ୍ଦର୍ଯ୍ୟ ଓ କଳାକୃତି ପାଇଁ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୟୁରଭଞ୍ଜ ନିଜର ସୂତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବିଶ୍ବ ଦରବାରରେ । ମୟୁରଭଞ୍ଜ ଆନ୍ତର୍ଜାତିକ ସ୍ତରରେ 50 ଟି ଦେଶ ମଧ୍ୟରେ ନିଜର ସ୍ଥାନ ବଜାଇ ରଖିବାରେ ସଫଳ ହୋଇଛି । ଟାଇମ ପତ୍ରିକା 2023 ରେ ପ୍ରକାଶିତ ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଦୁଇଟି ସ୍ଥାନ ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି । ଯାହା ଆନ୍ତର୍ଜାତିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଟାଇମ ପତ୍ରିକାରେ ଉଲ୍ଲେଖ ଅଛି ଯେ ମୟୁରଭଞ୍ଜ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ , ଛଉ ନୃତ୍ୟ, ବାଘ ,ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ ପାଇଁ ବେଶ ପରିଚିତ । ଏଠାରେ ଥିବା ଡୋକ୍ରା କଳାକୃତି ,ପୁରୁଣା ମନ୍ଦିରର କଳାକୃତି ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ସେହିପରି ଶିମିଳି ପାଳ ଅଭୟାରଣ୍ୟ ପାଇଁ ବିଶ୍ୱସ୍ତରରେ ପରିଚିତ ମୟୂରଭଞ୍ଜ ଜିଲ୍ଲା ତାର ଝରଣା , ଏସୀୟ ହାତୀ ଓ ମହାବଳ ବାଘ ପାଇଁ ଲୋକଙ୍କ ମନପସନ୍ଦର ସ୍ଥାନ ହେଇ ପାରଛି ।

ଏବେ ଏହା ଖାସକରି ଏଠାରେ ଥିବା ବିରଳ କଳା ବାଘ ପାଇଁ ଏହା ଖୁବ ପରିଚିତ ବୋଲି ପତ୍ରିକାରେ ଉଲ୍ଲେଖ କରାଯାଇଛି । ତତସଙ୍ଗେ ଭୂବନେଶ୍ୱରରେ ଥିବା ବିଭିନ୍ନ ପୁରାତନ କିର୍ତ୍ତୀରାଜି ଓ କଳାକୃତି ଦର୍ଶନୀୟ ସ୍ଥାନ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *