ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା ପଞ୍ଚ।ୟତ ଅଧୀନ ତିହିଡ଼ି ଗ୍ରାମର ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବୁଧବାର ଶୀତଳଷଷ୍ଠୀ ଅବସରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଚଳିତ ବର୍ଷ ବର ପିତା ଭାବେ ମିର୍ଜାପୁର ଗ୍ରାମର ଅଜୟ କୁମାର ବେହେରା ଓ କନ୍ୟା ପିତା ଭାବେ ସେହି ଗ୍ରାମର ହରିଶ୍ଚନ୍ଦ୍ର ନାୟକ ବିବାହ କାର୍ଯ୍ୟ ତୁଲାଇବେ । ଲଗ୍ନଧରା ସରିବା ପରେ କନ୍ୟା ଘରୁ ଲଗ୍ନ ଚିଟାଉ ବର ଘରକୁ ଯାଇଥିଲା । ସମସ୍ତ ରୀତି ନୀତି ସରିବା ପରେ ବାବା ସ୍ୱପ୍ନେଶ୍ୱରଙ୍କ ଚଳନ୍ତି ପ୍ରତିମା ବରପିତା ଅଜୟ ବେହେରା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା କନ୍ୟାପିତା ହରିଶ୍ଚନ୍ଦ୍ର ନାୟକଙ୍କ ବାସଭବନକୁ ବିଜେ କରିଥିଲେ । ପଣ୍ଡିତ ଲକ୍ଷ୍ମୀଧର କର, ନିରଂଜନ କର, ଦେବଦ ଗ୍ରହାଚାର୍ଯ୍ୟ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଲଗ୍ନଧରା କାର୍ଯ୍ୟରେ ନିଶାକର ପଣ୍ଡା, ଅଙ୍କୁର ବାରିକ, ଜୟଦେବ ବାରିକ, ପୂର୍ଣ୍ଣଚନ୍ଦ୍ର ନାୟକ, ପାର୍ଥସାରଥି ନାୟକ, ଶରତ କର, ବିବେକାନନ୍ଦ ନାୟକ, କୈଳାସ ବେହେରା, ନୀଳମାଧବ ସେନାପତି, ପି. ହୃଷିକେଶ, ବିଷ୍ଣୁ ଚରଣ ଦାଶ, କେଶବ ବେହେରା, ମହେନ୍ଦ୍ର ଓଝା, ରମାକାନ୍ତ ନାଥ, ବାଇଧର ହାତୀ, ଘନଶ୍ୟାମ ଓଝା, ସୁକାନ୍ତ ଓଝା, ଟିକିନା ଜେନା, ମାଳତୀ ନାୟକ, ନାଗେଶ୍ୱର ନାୟକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now