ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ପରେ ମରାମତି କାମ ଯୁଦ୍ଧକାଳୀନ ଭିତିରେ ଜାରୀ ରହିଥିବା ବେଳେ ଆଜି ଅପରାହ୍ନ 4.45ରେ ଏହାର ଅପ ଲାଇନର ଟ୍ରାକ ଲିଙ୍କିଂ ହୋଇ ଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଓଭରହେଡ ଇଲେକ୍ଟ୍ରିଫିକେସନ କାମ ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ଦିନ 12.05ରେ ଡାଉନ ମେନ ଲାଇନକୁ ଠିକ କରି ଦିଆଯାଇଥିବା ଶ୍ରୀ ବୈଷ୍ଣବ ପ୍ରକାଶ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now