ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ୍ କଟକଣା

Spread the love

ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା କିମ୍ୱା ଶପଥ ସମାରୋହ ସରିବା ଯାଏଁ କଟକଣା ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ମନା କରାଯାଇଛି । ତେବେ ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ । ଜନତା ମଇଦାନ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ଆଇଜି ପ୍ରବୀଣ କୁମାର। ଡିଆଇଜି ସାର୍ଥକ ପଡ଼ଙ୍ଗୀ ଏୟାରପୋର୍ଟ ଓ ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ୱରେ ରହିବେ।  ୧୩ ଡିସିପି, ୧୮ ଏଡିସିପି ତାଙ୍କ ଅଧିକାରୀ ମଧ୍ୟ ଦାୟିତ୍ୱରେ ରବିବେ । ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସିଆଇ ଦାୟିତ୍ୱରେ ରହିବେ। ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ବସରେ ଆସିଥିବା ଯାତ୍ରୀ ଓଏସଏପି ୭ମ ବିଏନ ପଡିଆ ଗେଟ୍ ସାମ୍ନାରେ ଓହ୍ଲାଇ ଚାଲି ଚାଲି ଜନତା ମୈଦାନକୁ ଯିବେ ।

Leave a Reply

Your email address will not be published. Required fields are marked *