ଖୋର୍ଦ୍ଧା: ରାସ୍ତାପାର ହେଲାବେଳେ ସାମ୍ନା ପଟୁ ଟ୍ରକ ଧକ୍କା । ଘଟଣା ସ୍ଥଳରେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ହେଲେ ଲୋକେ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କଣ୍ଟିଲୋ-ଖୋର୍ଦ୍ଧା ରାସ୍ତାରେ । ଲୋକେ ରାଗିଯାଇ ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣାକୁ ଆୟତ୍ତ କରିଛି ।
ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ପର୍ଶୁରାମପୁରର ବିନୋଦ ସାହୁ । ଆଜି ବିନୋଦ କୌଣସି କାମରେ ବାହାରକୁ ଯାଇଥିଲେ। ବିନୋଦ କଣ୍ଟିଲୋ-ଖୋର୍ଦ୍ଧା ରାସ୍ତା ବୈଦେଶ୍ୱର ଥାନା ଅଧୀନ କଳାପଥର ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ଛକରେ ଯିବାବେଳେ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବିନୋଧଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଗିଯାଇ ଟ୍ରକ ଡ୍ରାଇଭରକୁ ଧରି ପ୍ରଚୁର ମାଡ ମାରିଥିଲେ । ଏବଂ ଉତ୍ତେଜିତ ହୋଇ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ଏବଂ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିଲା।
ଦୀର୍ଘ ତିନିଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ପୋଲସ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଉପରୁ ଓହରିଥିଲେ ଆନ୍ଦୋଳନକାରୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now