ହ୍ୟୁମାନ ସାଗରଙ୍କ ମାଙ୍କୁ ଭେଟିଲେ ଟୁକୁନି ସାହୁ

ଗଣମାଧ୍ୟମ ଆଗରେ ନୀରବ ରହୁଥିବା ଶେଫାଳି ସୁନା ଆଜି କିନ୍ତୁ ନିଜ ଦୁଃଖ ବଖାଣିବା ସହ ପପୁ ଉପରେ ବର୍ଷୀଛନ୍ତି । କେମିତି ହ୍ୟୁମାନକୁ ମ୍ୟାନେଜର ପୁରା କାବୁ କରିଥିଲା ସେନେଇ ଟିକିଟିକି କଥା କହିବା ସହ ଏମ୍ସ ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି । ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା ଆଜି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ସବୁ କଥା କହିଛନ୍ତି, ପାଞ୍ଚ ଦିନ ଧରି ଏମ୍ସ ରେ କିଭଳି ହଇରାଣ ହୋଇଥିଲେ, ହ୍ୟୁମାନ ସାଗରଙ୍କ ମ୍ୟାନେଜର କିଭଳି ନାଳି ଆଖି ଦେଖାଉଥିଲା, ତାହା ଟିକିନିଖି କରି ଟୁକୁନି ସାହୁ ଆଗରେ କହିଛନ୍ତି, ଗତ ୧୨ ତାରିଖ ଦିନ ହ୍ୟୁମାନ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ମଧ୍ୟ ଷ୍ଟେଜ ସୋ ପ୍ରୋଗ୍ରାମ ରଖାଯିବା ସହ ହ୍ୟୁମାନକୁ ଯିବା ପାଇଁ କହୁଥିଲେ ବୋଲି ଆଜି ଶେଫାଳି ସୁନା କହିଛନ୍ତି, ନିଜ ପୁଅର ସମସ୍ତ ବିଷୟ ବା ରୋଗ କୁ ଲୁଚେଇ ଥିବା ବି ଅଭିଯୋଗ କରିଥିଲେ, ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ବି ସେମାନେ ରଖୁଥିବା କହିଛନ୍ତି ଶେଫାଳି ସୁନା, ରାତିରେ ଅର୍ପିତା ଲୁଚି ଛପି ଆସି ହ୍ୟୁମାନ ଙ୍କ ଆଇ ସି ୟୁ କୁ ଯାଇଥିଲା, ସେଠାରେ କଣ ଘଟିଲା ତାହାକୁ ନେଇ ଏବେ ବି ସନ୍ଧିହାଁନ ଅଛନ୍ତି ଶେଫାଳି ସୁନା, ଅର୍ପିତା କିଛି କଲା କି, ନା ଅର୍ପିତା ଯୋଗୁଁ ହ୍ୟୁମାନ ର ମୃତ୍ୟୁ ଘଟିଲା, ଏମ୍ସ ରେ ସବୁ ରିପୋର୍ଟ ଠିକ ଥିବା କୁହାଯାଇଥିଲା, ଯଦି ରିପୋର୍ଟ ଅନୁଯାୟୀ ସବୁ କିଛି ଠିକ ଥିଲା ତ ହ୍ୟୁମାନ ର ସମସ୍ତ ଅଙ୍ଗ ହଠାତ କେମିତି ଅଚଳ ହେଲା, ହ୍ୟୁମାନ ଙ୍କ ମୃତ୍ୟୁ ପଛରେ ବିରାଟ ଷଡଯନ୍ତ୍ର ଥିବା ସନ୍ଦେହ ହେଉଥିବା ମା ଶେଫାଳି ସୁନା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ କହିଛନ୍ତି l ଆଇ ସି ୟୁ ରେ ଥିବା ଲୋକ କେମିତି ପ୍ରୋଗ୍ରାମ କରି ପାରିବ, ପୁଣି 16 ତାରିଖ ଦିନ ହ୍ୟୁମାନ ବେଶ ମସ୍ତି କରୁଥିଲା,ପୁରା ଦିନ ସେ ଥଟ୍ଟା ମଜା କରୁଥିଲା, ନିଜକୁ ସୁସ୍ଥ ଥିବା କହିବା ସହ ମା ଙ୍କୁ ଶାନ୍ତିରେ ରହିବାକୁ କହିଥିଲା, ହେଲେ ହଠାତ ସବୁ କିଛି ଓଲଟପାଲଟ ହୋଇଗଲା… ଆଉ ଦେଖୁ ଦେଖୁ ରାତିକ ଭିତରେ ସବୁ କିଛି ସ୍ଥିତି ବିଗିଡିଗଲା… ବୋଲି କହିଛନ୍ତି ହ୍ୟୁମାନ ଙ୍କ ମା.. ପୂର୍ବତନ ମନ୍ତ୍ରୀ ମଧ୍ୟ ହ୍ୟୁମାନ ମା ଙ୍କ ସହ ଦୀର୍ଘ ସମୟ ଧରି ସମସ୍ତ ବିଷୟ ନେଇ ଆଲୋଚନା କରିଥିଲେ, ପୁରା ଘଟଣା କୁ ନେଇ ଟୁକୁନି ସାହୁ ମଧ୍ୟ ତାଯୁବ ହୋଇଥିଲେ, ଏମ୍ସ ର ଚିକିତ୍ସା ସେବା ଉପରେ ତଥା ହସ୍ପିଟାଲ ଭିତରେ କୌଣସି ସୁବିଧା ନ ଥିବା ନେଇ ଶୁଣିବା ପରେ ଚକିତ ଥିଲେ l ତେବେ ଏହି ଘଟଣା ଏବେ ବି ଚର୍ଚ୍ଚିତ ରହିଥିବା ବେଳେ ହ୍ୟୁମାନ ସାଗର ଙ୍କ ଉପରେ ଅନ୍ୟାୟ ହୋଇଥିବା କହିବା ସହ ରାଜ୍ୟ ଏକ ବଡ଼ କଳାକାର ତଥା ମାଟି ଏକ ହୀରାକୁ ହରାଇଥିବା କହି ଏହି ଘଟଣା ରେ ରାଜ୍ୟ ସରକାର ଆବଶ୍ୟକ ହସ୍ତକ୍ଷେପ କରି ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି..

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *