ପୋଖରୀ ବୁଡି ଦୁଇ ଭାଇଙ୍କ ମୃତ୍ୟୁ

Spread the love

ଜୟପୁର : ପୋଖରୀ ରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି l ଲମତାପୁଟ ବ୍ଲକ କଞ୍ଚଣା ଗ୍ରାମ ନିକଟ ପୋଖରୀରେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ 7 ବର୍ଷ ର ପୁଅ ଅମିତ ଏବଂ 8 ବର୍ଷର ପପୀନ୍ଦ୍ର ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଅର୍ଜୁନ ଓ ଲବ ବିଲରେ କାର୍ଯ୍ୟ କରୁଥିବା ବେଳେ ଦୁଇ ଭାଇ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ । କିଛି ସମୟ ପରେ ଦୁଇଜଣ ଙ୍କୁ ଖୋଜା ଖୋଜି ପରେ ମିଳିନଥିଲେ । ସ୍ଥାନୀୟ ଲୋକ ମାନେ ପୋଖରୀରେ ଦୁଇ ଭାଇ ଭାସୁଥିବା ଦେଖି ଖବର ଦେବା ପରେ ସେମେନଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେତେବେଳକୁ ଦୁଇ ଭାଇଙ୍କର ଜୀବନ ଚାଲିଯାଇଥିଲା । ଗ୍ରାମରେ ସମ୍ପୂର୍ଣ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାନ୍ଦବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଛି ମାଛକୁଣ୍ଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *