ବାଲେଶ୍ୱର ଜିଲ୍ଲା ପାଇଁ ଏମପି ଲ୍ୟାଡ଼ରୁ ୧.୫୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ରେଳମନ୍ତ୍ରୀ

Spread the love

ଭୁବନେଶ୍ୱର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି ଲ୍ୟାଡ଼ ଯୋଜନା ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ରେଳମନ୍ତ୍ରୀ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବାହାନାଗା ଏବଂ ନିକଟବର୍ତୀ ଗ୍ରାମଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧ କୋଟି ଯେଉଁଥିରେ କମ୍ୟୁନିଟି ସେଣ୍ଟର ଏବଂ ହଲ୍ ସହିତ ଶୌଚାଳୟ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇବା, ବାସୁଳି ହାଇସ୍କୁଲ ନିକଟରେ ଶିଶୁ ପାର୍କ ଏବଂ ଜିମ୍ ନିର୍ମାଣ, ଜାତୀୟ ରାଜପଥ-୧୬ ରୁ ୯୫ ନମ୍ବର ଲେବଲ କ୍ରସିଂ ପର୍ଯ୍ୟନ୍ତ ସଂଯୋଗକରି ରାସ୍ତାର ସମ୍ପ୍ରସାରଣ ଓ ମଜବୁତ କରିବା ସାଥି ଠାରେ ସରତିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡିଆର ଉନ୍ନତି ଏବଂ ୪୨ ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଇତ୍ୟାଦିର ପ୍ରତିଶୃତି ପୂରଣ କରିବା ପାଇଁ ସେ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ଉନ୍ନତ ଜୀବନ ସହାୟତା ଆମ୍ବୁଲାନ୍ସ କ୍ରୟ ପାଇଁ ୩୫ ଲକ୍ଷ ଏବଂ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ଗୋଟିଏ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ରେଳ ମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପଦକ୍ଷେପ ଏବଂ ନିରନ୍ତର ତଦାରଖ ସହିତ ଉପରୋକ୍ତ ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଯିବ ।

ସୂଚନାଯୋଗ୍ୟ ଯେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ ୨୦ ଏବଂ ୨୧ତାରିଖ ରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ । ସ୍ଥାନୀୟ ବାସିନ୍ଦା ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଏହି ଅଂଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ଏବଂ ଏହି ଅଂଚଳର ଉପଯୁକ୍ତ ଆଲୋକ ବ୍ୟବସ୍ଥା ଏବଂ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହିତ ୨ ଟି ହାଇ ମାସ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *