ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ନୂଆଗାଁରେ ଦେଖା ଦେଇଛି ଅଜଣା ଜୀବ ଆତଙ୍କ। ଏହି ଅଜଣା ଜୀବ ଆକ୍ରମଣରେ ଗାଁର ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଁର ବନମାଳୀ ମହାନ୍ତି ଶୌଚ ହେବାକୁ ଯାଉଥିବା ସମୟରେ ତାଙ୍କୁ ଏହି ଅଜଣା ଜୀବଟି ଆକ୍ରମଣ କରିବା ସହିତ ଗୋଡ଼କୁ କାମୁଡି ପୁଳା ପୁଳା ମାଂସ ନେଇଯାଇଛି। ସେହିଭଳି ତାଙ୍କ ପୁଅ ବିରଞ୍ଚିଙ୍କୁ ମଧ୍ୟ କାମୁଡିବା ସହିତ ସାଇଁକୁଳ ଗାଁର ଗୟାଧର ପ୍ରଧାନ କାଜୁ ବାଡ଼ି ଜଗିଥିବା ସମୟରେ ତାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା। ତେବେ ୩ ଜଣ ଯାକ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ବନ ବିଭାଗ ଉକ୍ତ ଜୀବକୁ ଜାଲ ପକାଇ କାବୁ କରିବା ପରେ ଅଧିକ ତଦନ୍ତ ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now