ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ

ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବନ୍ଦେ ଉତ୍କଳ ଏକ୍ସପ୍ରେସ ଟ୍ରେନ। ବଡ଼ ଧାରଣ ର ଦୁର୍ଘଟଣା ଘଟାଇବାକୁ ଯୋଜନା କରିଥିଲେ ଦୁର୍ବୃତ୍ତ । ଟ୍ରେନ୍ ଧାରଣାରେ ରଖୁଥିଲେ ବିରାଟ ପଥର। ହେଲେ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ଷିଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ’। ଏହିପରି ଘଟଣା ଘଟିଛି ନୂଆପଡା ରେଲୱେ ଷ୍ଟେସନ ରେ  । ମିଳିଥିବା ସୂଚନା ଅନୁସାରେ ନୂଆପଡ଼ା ରେଲୱେ ଫାଟକ ନିକଟରେ ରବିବାର ରାତି ପ୍ରାୟ ୧୦ଟାରେ ଏଭଳି ଘଟଣା ଦେଖ‌ିବାକୁ ମିଳିଛି ।,ରବିବାର ରାତି ପ୍ରାୟ ୧୦ଟାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଫେରୁଥିଲା। ନୂଆପଡ଼ା ରେଲୱେ ଫାଟକରୁ ପ୍ରାୟ ଶହେ ମିଟର ପୂର୍ବରୁ ବାମପାର୍ଶ୍ଵ ଟ୍ରେନ୍ ଲାଇନ ଉପରେ ଏକ ବଡ଼ ପଥର ରଖାଯାଇଥିଲା। ହେଲେ ରେଳ ଧାରଣା ଅତିକ୍ରମ କରିବା ପୂର୍ବରୁ ୧00 ମିଟର ଦୂର ରୁ ଲୋକୋ ପାଇଲଟ୍ ଟ୍ରେନ ଲାଇନ୍ ଉପରେ ପଥର ଥିବା ଦେଖୁଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ କୌଶଳକ୍ରମେ ଟ୍ରେନ କୁ ଅଟକାଇଥିଲେ। ଓ ରେଲୱେ କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେଇଥିଲେ। ରେଲ୍ୟେ କର୍ମଚାରୀ ଓ ପୋଲିସ ଙ୍କ ସହାୟତାରେ ଟ୍ରାକରୁ ପଥର ବାହାର କରାଯାଇଥିଲା। ଅନ୍ଧାର ରାତିରେ ଯୋଜନାବଦ୍ଧ ଭାବେ ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି । କିଏ ଓ କାହିଁକି ଟ୍ରେନ୍‌ଲାଇନ ଉପରେ ପଥର ରଖୁଥୁଲା, ସେ ନେଇ  ପୋଲିସ ଓ ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *