ବିଲରେ ସଢୁଛି ପରିବା

ଆଠଗଡ: କୃଷି ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ନାହିଁ ଶୀତଳ ଭଣ୍ଡାର । ଫଳରେ ପନିପରିବାର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ବିଲରେ ଲଙ୍କା ଗଛ ଶୁଖି ଯାଉଥିବା ବେଳେ ବିଲରୁ ତୋଳା ହୋଇ ଗଦା ହୋଇଛି ପନିପରିବା । ଉପାୟ ନ ପାଇ ଶାଗମାଛ ଦରରେ ପନିପରିବାକୁ ବେପାରୀଙ୍କୁ ବିକ୍ରି କରୁଛି ଚାଷୀ । ତେଣୁ ତୁରନ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂତନ ଶୀତଳ ଭଣ୍ଡାର କରନ୍ତୁ ବୋଲି ଚାଷୀ ଦାବି କରିଛନ୍ତି ।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି ଚାଷୀ । ଶୀତଳ ଭଣ୍ଡାରଟିଏ ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ବିଲରେ ଏଣେତେଣେ ହୋଇ ପଚୁଛି କୋବି, ବିଲାତି ଓ ବାଇଗଣ । ସେପଟେ ଲଙ୍କା ଗଛ ଶୁଖି ଯାଉଥିବା ବେଳେ ବିଲରୁ ତୋଳା ହୋଇ ଗଦା ହୋଇଛି ପନିପରିବା । ଫଳରେ ଶାଗମାଛ ଦରରେ ପନିପରିବାକୁ ବେପାରୀଙ୍କୁ ବିକ୍ରି କରୁଛି ଚାଷୀ । ଏହାଦ୍ବାରା ଲାଭବାନ ହେଉଛନ୍ତି ବେପାରୀ । ସେପଟେ ଆଠଗଡର ବିଭିନ୍ନ ଅଞ୍ଚଳରୁ ପରିବା କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଥାଏ । କିନ୍ତୁ ଏବେ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା ନେଇ ଅଭିଯୋଗ କରିଛି। ଏହାର ମୁଖ୍ୟ କାରଣ ଅମଳ ପନିପରିବା ଗଛିତ ରଖିବା ପାଇଁ ନାହିଁ ଗୋଟିଏ ବି ଶୀତଳ ଭଣ୍ଡାର ।

ସେପଟେ କଞ୍ଚା ପନିପରିବା ଗଛିତ ରଖିବା ପାଇଁ ପୂର୍ବରୁ ରହିଥିବା ଶୀତଳ ଭଣ୍ଡାରଟି ଏବେ ଭୂତ କୋଠି ପାଲଟିଛି । ଯେଉଁଥି ପାଇଁ ଅମଳ ପନିପରିବା ସତେଜ ଓ ଗଛିତ ରଖିବା ପାଇଁ ଏବେ ଶୀତଳଭଣ୍ଡାର ନାହିଁ । ସେତେବେଳର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ  ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ ଅଞ୍ଚଳର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୀତଳ ଭଣ୍ଡାରଟିଏ ପ୍ରତିଷ୍ଠା କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପଦାରେ ପଡିଛି । ଅପରପକ୍ଷେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ  କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି କିନ୍ତୁ ବିଭିନ୍ନ ସମୟରେ ଅଧିକାରୀଙ୍କ ଅନୁପସ୍ଥିତି ଚାଷୀଙ୍କ ଦୁଃଖକୁ ଦୁଇ ଗୁଣା ବଢ଼ାଇ ଦେଇଛି । ତୁରନ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏହି ଅଞ୍ଚଳରେ ଏକ ନୂତନ ଶୀତଳ ଭଣ୍ଡାର କରନ୍ତୁ ବୋଲି ଚାଷୀ ମହଲରେ ଦାବି ଜୋର ଧରିଛି ।

ମନୋଜ କୁମାର ଦଳେଇ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *