ଶୀତୁଆ ସନ୍ଧ୍ୟାରେ ଦର୍ଶକ ଉପଭୋଗ କଲେ ଗୋଟିପୁଅ ନୃତ୍ୟ

Spread the love

କୋଣାର୍କ: ଶୀତୁଆ ସନ୍ଧ୍ୟାରେ କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ କୋଣାର୍କ ନାଟ୍ୟଦୀପ ପକ୍ଷରୁ ଆରମ୍ଭ ହୋଇଛି ୪ର୍ଥ ଲୋକକଳା ମହୋତ୍ସବ। ଓଡିଶୀ,ସମଲପୁରୀ ଓ ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ। ୧୪ ତାରିଖରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୮ ତାରିଖରେ ଶେଷ ହେବ ।

ଫେବୃୟାରୀ ୧୪ ତାରିଖ ଠାରୁ କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ କୋଣାର୍କ ନାଟ୍ୟଦୀପ ପକ୍ଷରୁ ଆରମ୍ଭ ହୋଇଛି  ୪ର୍ଥ ଲୋକକଳା ମହୋତ୍ସବ।। ଗାଁ ଗହଳିର ପଲିନୃତ୍ୟ,ଦାସକାଠିଆ, ଘୋଡାନୃତ୍ୟ, ପାଲା, ଖଞ୍ଜଣି ବାଦ୍ୟ ନୃତ୍ୟ ଏହି ମହୋତ୍ସବର ପ୍ରମୁଖ ଆକର୍ଷଣ । ହଜିଯାଉଥିବା ଗାଁ ଗହଳିର ନୃତ୍ୟକୁ ବଜାୟ ରଖିବା ପାଇଁ କୋଣାର୍କ ନାଟ୍ୟଦୀପର ଏହି ପ୍ରଚେଷ୍ଟା ଗତ ୨୦୨୦ରୁ କୋଣାର୍କ ଅର୍ବାନ ହାଟରେ ଆରମ୍ଭ ହୋଇ  ଆଜି ଚତୁର୍ଥ ବର୍ଷରେ ପାଦଥାପିଛି। । ଉଦଘାଟନୀ  ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ରୀଡା ଯୁବବେପାର ଓ ଘରୋଇ ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇଥିଲେ ।  ପରେ ପରେ ଓଡିଶୀ, ସମ୍ବଲପୁରୀ ଓ ଗୋଟିପୁଅ ନୃତ୍ୟରେ ଝୁମିଥିଲେ ଦର୍ଶକ। କୋଣାର୍କରେ ନୃତ୍ୟ କରି ଓଡିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ବହୁତ ଖୁସି ଥିବା କୁହନ୍ତି।

ଏହି ମହୋତ୍ସବରେ ବିଭିନ୍ନ ସଚେତନତା ଶିବିର ଅନୁଷ୍ଠିତ ହେଉଥିବାବେଳେ ଦେଶ ବିଦେଶର ଦର୍ଶକ ଗୋଟିପୁଅ ନୃତ୍ୟରେ ଶୀତୁଆ ସନ୍ଧ୍ୟାରେ ଝୁମିଥିଲେ। ଅପରପକ୍ଷରେ ପଲ୍ଲୀ ନୃତ୍ୟକୁ ଦେଖି ବହୁତ ଖୁସି ଥିବା କୁହନ୍ତି ବିଦେଶୀ ପର୍ଯ୍ୟଟକ। ଆଧୁନିକ ଯୁଗରେ ଓଡିଶାର ବିଭିନ୍ନ ଲୋକ ନୃତ୍ୟ ହଜିଯାଉଥିବାବେଳେ କୋଣାର୍କ ନାଟ୍ୟଦୀପ ଏହି ପ୍ରୟାସ ପ୍ରଂଶସନୀୟ ।

ଭାରତୀ ଭୂଷଣଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *