ମାଙ୍କୁ ଦେଖିବା ପାଇଁ ଆଖି ଖୋଜୁଛି, ମନ ଖୋଜୁଛି, ହେଲେ ମାଙ୍କୁ ଦେଖି ପାରୁନାହିଁ l କାରଣ ମା ରହି ଯାଇଛି ବିଦେଶ ଦୁବାଇରେ। ଦୀର୍ଘ ଦଶ ବର୍ଷ ହେବ ମାଙ୍କୁ ଦେଖିନାହାନ୍ତି। ବାପା ହିଁ ବଇରୀ ସାଜି ମାଙ୍କୁ ଦୁବାଇ ପଠାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି l ଏକ ଶେଖ ପରିବାର ହାତରେ ଟେକି ଦେଇଛି l ପେଟ ପାଟଣା ପାଇଁ ଟିଟିଲାଗଡ଼ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦ ଏବଂ ସ୍ତ୍ରୀ ହସ୍ତା ବିଶି ମୁମ୍ୱାଇ ଯାଇଥିଲେ l ହସ୍ତାଙ୍କ ବୃଦ୍ଧ ମାତା ପିତା ପାଖରେ ତିନି କନ୍ୟା ସନ୍ତାନକୁ ଛାଡି ମୁମ୍ୱାଇ ଯାଇ ଅର୍ଥ ରୋଜଗାର କରିବା ନେଇ ପରିବାର ବର୍ଗକୁ କହିଥିଲେ l ହେଲେ ସେଠାରେ ନିଜ ସ୍ତ୍ରୀ କୁ ଅନ୍ୟ ଏକ ପରିବାର ହାତରେ ଟେକି ଦେଲେ ପ୍ରେମା। ଏବଂ ସେହି ପରିବାର ହସ୍ତା ବିଶିଙ୍କୁ ଦୁବାଇ ନେଇ ଯାଇଛନ୍ତି l ମୁମ୍ୱାଇ ଯିବାର ଦଶ ବର୍ଷ ହେଲାଣି, ହେଲେ ମା ଆଉ ଫେରିନାହିଁ l ଦୁବାଇରୁ ତାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଝିଅ ମାନଙ୍କୁ ମା କହିଥିଲେ l ଆଉ ସେହି ଦିନ ଠାରୁ ତିନି ନାବାଳିକା ନିଜ ମାଙ୍କୁ ଉଦ୍ଧାର କରିବା ପାଇଁ ଟିଟିଲାଗଡ଼ ପୋଲିସ ଏବଂ ପ୍ରଶାସନ ର ଦ୍ୱାରସ୍ତ ହୋଇଛନ୍ତି l ଏହି ଘଟଣାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରମ ବିଭାଗ ସହିତ ଆଲୋଚନା କରିଛନ୍ତି l ସମ୍ପୃକ୍ତ ପରିବାର ସହିତ କଥା ହେବା ସହ ଦୁବାଇର ସେହି ପରିବାର ସହିତ ମଧ୍ୟ ଯୋଗାଯୋଗ କରିଛନ୍ତି l ହସ୍ତାଙ୍କୁ ଫେରାଇ ଆଣିବା ନେଇ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ l
Naxatra News is now on Whatsapp
Join and get latest news update delivered to you via whatsapp
Join Now