ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳରେ ଘଡିଆଳ

Spread the love

ପାରାଦୀପ: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ୍ ଘଡିଆଳ ଏବେ ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ।  ଆଇଏନଏସ ଘଡିଆଳ ପାରାଦୀପରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଆରମ୍ଭ କରିଛି।  ଆସନ୍ତା ଡିସେମ୍ବର ୪ ନୌସେନା ଦିବସ ପାଳନ ପୂର୍ବରୁ ସେନା ର ଯବାନ ମାନେ ସାଧାରଣ ଲୋକଙ୍କ ଚିକିତ୍ସା ରେ ଲାଗି ପଡିଛନ୍ତି। ଶିଶୁ ରୋଗ , ସ୍ତ୍ରୀ ରୋଗ , ଚର୍ମ ରୋଗ , ସର୍ଜରୀ  ଓ ଦନ୍ତ ରୋଗ ର ବିଶେଷଜ୍ଞ ମାନେ ଆସି ଏହି ଜାହାଜ ର କଣ୍ଟେନର ମଧ୍ୟରେ ରୋଗୀ ମାନଙ୍କୁ ଚିକିତ୍ସା କରୁଛନ୍ତି।

ପ୍ରତି ମୁହୂର୍ତ୍ତରେ ଅଥଳ ସମୁଦ୍ର ଜଳ ରାଶିରେ ଶତ୍ରୁକୁ ସାମ୍ନା କରି ଭାରତ ବର୍ଷକୁ ସୁରକ୍ଷା ଯୋଗାଉଥିବା ଘଡିଆଳ ଏବେ ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ସେବା ରେ ନିଯୋଜିତ ହୋଇ ବେଶ୍ ଆସ୍ଥା ଭାଜନ ହୋଇଛି।  ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଏହି ଶିବିର ଚାଲିବାକୁ ଥିବାବେଳେ ବନ୍ଦର ୪ ନମ୍ବର ଫାଟକ ପାଖରୁ ପଞ୍ଜୀକରଣ କରାଇ ସ୍ୱତନ୍ତ୍ର ବସ୍ ଯୋଗେ ଅଣାଯାଇ ନୌସେନା ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି…

ବାସ୍ତବିକ୍ ନୌସେନାର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଯୁବ ପିଢି ଙ୍କ ପାଇଁ ଏହା ପ୍ରେରଣା ର ଉତ୍ସ ହୋଇଛି…

ସୁବ୍ରତ୍‌ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *