କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଠାରେ ଦୀର୍ଘ ଦିନ ଧରି ସୋଲାର ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡି ରହିଥିଲା । ଏନେଇ ନକ୍ଷତ୍ର ନ୍ୟୁଜରେ ଖବର ବାହାରିବା ପରେ ପ୍ରଶାସନ ପକ୍ଷରୁ ପ୍ରକଳ୍ପଟିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ନକ୍ଷତ୍ର ନ୍ୟୁଜକୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟବାସୀ ।
ଅନ୍ୟପଟେ ବଜାର ମଧ୍ୟରେ ଥିବା ଅନ୍ୟ ଏକ ପାନୀୟଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସହ ଯାତ୍ରୀ ବିଶ୍ରାମାଗାର ପୁନଃ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟବାସୀ । 2005 ମସିହା ରୁ ନିର୍ମିତ ଏହି ପାନୀୟଜଳ ପ୍ରକଳ୍ପ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ଦାବି ହୋଇଛି । ତେବେ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇପଡିଥିବା ଘଟଣାକୁ ବିଭାଗୀୟ ଯନ୍ତ୍ରୀ ସ୍ୱୀକାର କରିଥିବା ବେଳେ ତୁରନ୍ତ ମରାମତି କରିବାକୁ ପ୍ରତିଶୃତି ଦେଇଛନ୍ତି।
ରଶ୍ମିରଂଜନ ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now