ଭଣ୍ଡାରିପୋଖରୀରୁ: ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଗୁହାଳିଆ ଗାଁକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଏକ ପ୍ରକଳ୍ପର ଅନୁମୋଦନ କରିଛନ୍ତି । ସବୁ ଘରକୁ ପାଇପ ବିଛା ଯାଉଛି । ହେଲେ ଦାୟିତ୍ବରେ ଥିବା ସରକାରୀ ବାବୁଙ୍କ ଅନୁପସ୍ଥିତି ଓ ଠିକାଦାରଙ୍କ ମନମାନି ଯୋଗୁଁ କାମ ଠିକରେ ହୋଇପାରୁନି । କାମକୁ ନେଇ କୌଣସି ଫଳକ ନଥିବା ବେଳେ ପାଇପ ଗୁଡିକୁ କମ ଉଚ୍ଚତାରେ ବିଛା ଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ପାଇପ ବିଛା ଯିବା ପରେ ରାସ୍ତାର ମରାମତି ବି କରାଯାଉନି। ..
ଏହି ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଗ୍ରାମବାସୀଙ୍କ ଉପସ୍ଥିତିରେ ମାପଚୁପ କରି କହିଛନ୍ତି କି, ପାଇପ ବିଛାଇବାରେ ଅନିୟମିତତା ହୋଇଥିଲେ ମଧ୍ୟ ଯାଞ୍ଚ ଚାଲିଛି ।
ତେବେ ଏହି ପ୍ରକଳ୍ପ କେବେ ଓ କେତେଦିନ କାର୍ଯ୍ୟକାରୀ ହେଉଛି , ତାହା ଦେଖିବାକୁ ବାକି ରହିଲା ।
ସତ୍ୟବ୍ରତ ପ୍ରଧାନ
Naxatra News is now on Whatsapp
Join and get latest news update delivered to you via whatsapp
Join Now