ରବି ବିପଣନ ଋତୁ ୨୦୨୩ -୨୪ ରେ ଗହମ କ୍ରୟ ୨୬୦ ଏଲ୍ଏମ୍ଟି ଧାର୍ଯ୍ୟ ରେଖା ଅତିକ୍ରମ କରିଛି

Spread the love

ନୂଆଦିଲ୍ଲୀ : ଚାଲୁ ରହିଥିବା ରବି ବିପଣନ ଋତୁ (ଆର୍ଏମ୍ଏସ୍) ୨୦୨୩ -୨୪ ସମୟରେ ଗହମ କ୍ରୟ କାର୍ଯ୍ୟ ସୁଚାରୁ ରୂପେ ଚାଲୁ ରହିଛି । ଚଳିତ ଋତୁରେ ୩୦ ମେ’ ୨୦୨୩ ପର୍ଯ୍ୟନ୍ତ ଗହମର ପ୍ରଗତିଶୀଳ କ୍ରୟ ପରିମାଣ ହେଉଛି ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି) ଯାହା ଗତ ବର୍ଷର ମୋଟ କ୍ରୟ ୧୮୮ ଏଲ୍ଏମ୍ଟିରୁ ଆଉ ଅଧିକ ୭୪ ଏଲ୍ଏମ୍ଟି ଅତିକ୍ରମ କରି ସାରିଛି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରାୟ ୪୭,୦୦୦ କୋଟି ଟଙ୍କାର ବର୍ହି ପ୍ରବାହ ସହିତ ଚାଲିଥିବା ଗହମ କ୍ରୟ କାର୍ଯ୍ୟରୁ ପ୍ରାୟ ୨୧.୨୭ ଲକ୍ଷ କୃଷକ ଉପକୃତ ହୋଇ ସାରିଛନ୍ତି । ଗହମ କ୍ରୟରେ ପ୍ରମୁଖ ଅବଦାନ ରଖୁଥିବା ତିନୋଟି ଆହରଣକାରୀ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ହରିୟାଣାରୁ ଯଥାକ୍ରମେ ୧୨୧.୨୭ ଏଲ୍ଏମ୍ଟି, ୭୦.୯୮ ଏଲ୍ଏମ୍ଟି ଏବଂ ୬୩.୧୭ ଏଲ୍ଏମ୍ଟି ଗହମ କ୍ରୟ କରାଯାଇଛି ।

ଚଳିତ ବର୍ଷ ସୁଖଦ କ୍ରୟରେ ପ୍ରମୁଖ ଯୋଗଦାନ କାରକ ଭାରତ ସରକାରଙ୍କ ଦ୍ୱାରା ଅସମୟରେ ବର୍ଷା ହେତୁ ପ୍ରଭାବିତ ଗହମର ଗୁଣାତ୍ମକ ନିର୍ଦ୍ଧାରଣରେ ରିହାତି ପ୍ରଦାନ କରିବା ; ଗ୍ରାମ ପଞ୍ଚାୟତ ସ୍ତରରେ ଆହରଣ କେନ୍ଦ୍ର ଖୋଲିବା ; ସମବାୟ ସମିତି ଗ୍ରାମ ପଞ୍ଚାୟତ ଆରହାଟିଆ ଇତ୍ୟାଦି ମାଧ୍ୟମରେ ଆହରଣ କରିବା, ଉତ୍ତମ ପହଞ୍ଚ ପାଇଁ ନିର୍ଦ୍ଦିଷ୍ଟ କ୍ରୟ କେନ୍ଦ୍ର ଖୋଲିବା ଏବଂ କ୍ରୟ କାର୍ଯ୍ୟ ପାଇଁ ଏଫ୍ପିଓ ମାନଙ୍କୁ ନିୟୋଜିତ କରିବାକୁ ଅନୁମତି ପ୍ରଦାନ କରିବା ହୋଇ ଆସିଛି ।

ଚାଉଳ କ୍ରୟ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ଚାଲିଛି । ଖରିଫ ବିପଣନ ଋତୁ (କେଏମ୍ଏସ୍) ୨୦୨୨-୨୩ ର ଖରିଫ ଫସଲ ସମୟରେ ୩୦ ମେ’ ୨୦୨୩ ପର୍ଯ୍ୟନ୍ତ ୩୮୫ ଏଲ୍ଏମ୍ଟି ଚାଉଳ କ୍ରୟ କରାଯାଇଛି , ଆଉ ୧୧୦ ଏଲ୍ଏମ୍ଟି କ୍ରୟ କରାଯିବା ବାକି ଅଛି । ଏହା ବ୍ୟତୀତ କେଏମ୍ଏସ୍ ୨୦୨୨ – ୨୩ ର ରବି ଫସଲ ସମୟରେ ୧୦୬ ଏଲ୍ଏମ୍ଟି ପରିମାଣର ଚାଉଳ କ୍ରୟ କରାଯିବ ବୋଲି ଆକଳନ କରାଯାଇଛି ।

କେନ୍ଦ୍ରୀୟ ଭଣ୍ଡାରରେ ଗହମ ଏବଂ ଚାଉଳର ମିଳିତ ଗଚ୍ଛିତ ପରିମାଣର ସ୍ଥିତି ୫୭୯ ଏଲ୍ଏମ୍ଟି (ଗହମ ୩୧୨ ଏଲ୍ଏମ୍ଟି ଏବଂ ଚାଉଳ ୨୬୭ ଏଲ୍ଏମ୍ଟି) ରୁ ଅଧିକ ଅଟେ , ଯାହା ଖାଦ୍ୟ ଶସ୍ୟର ଆବଶ୍ୟକତା ଗୁଡିକୁ ପୂରଣ କରିବା କ୍ଷେତ୍ରରେ ଦେଶକୁ ଆରାମଦାୟକ ସ୍ଥିତିରେ ରଖିଛି ।

Leave a Reply

Your email address will not be published. Required fields are marked *