() ହାତୀ ଓ ମଣିଷ ଲଢେଇକୁ ନେଇ ସବୁବେଳେ ଚର୍ଚ୍ଚା । କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି । ସରକାରଙ୍କ ଅନେକ ଯୋଜନା, ଖାଲି ସେତିକି ନୁହେଁ ନିଯୁକ୍ତି ହୋଉଛନ୍ତି ମାଳମାଳ ଗଜବନ୍ଧୁ, ହାତୀସ୍କ୍ବାଡ୍ । ହେଲେ ହାତୀ ମଣିଷ ସଂଘର୍ଷର ଅନ୍ତ ନାହିଁ । ସମ୍ବଲପୁରରେ ବିଦ୍ୟୁତ ଆଘାତରେ ଦନ୍ତା ଆଖିବୁଜିଛି ଅନ୍ୟପଟେ ଅନୁଗୁଳରେ ଦନ୍ତା ଆକ୍ରମଣରେ ୪ ଜୀବନ ଚାଲିଯାଇଛି । ପିପିଲି ଡେଲାଙ୍ଗରେ ହେକ୍ଟର ହେକ୍ଟର ଚାଷ ନଷ୍ଟ।
କୁହାଯାଏ ହାତୀ ମଣିଷର ସମ୍ପର୍କ ନିଆରା । ତାହାହେଲେ କାହିଁକି ମଣିଷ ହାତୀ ମଧ୍ୟରେ ହେଉଛି ଲଢେଇ । କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି। ସରକାର ଯେତେ ଯୋଜନା କଲେ ମଧ୍ୟ ହାତୀ ମଣିଷ ସଂଘର୍ଷକୁ ରୋକାଯାଇପାରୁନି। ପୁଣି ସମ୍ବଲପୁରରେ ଶିକାରୀ ଜାଲରେ ପଡି ଦନ୍ତା ମୃତ । ସମ୍ବଲପୁର ବନ ଖଣ୍ଡ ଯୁଯୁମରା ରେଂଜ ଖଇରମାଲ ରଘୁଡେରା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଅଭିଯୋଗ ହୋଇଛି । ବନ ବିଭାଗର ଅଧିକାରୀ ଘଟଣାର ଛାନଭିନ କରିବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି। ଏହାକୁ ନେଇ ଗ୍ରାମବାସୀ କ୍ଷୋଭ ଝାଡିବା ସହ ବନବିଭାଗର ଅବହେଳାକୁ ଦାୟୀ କରିଛନ୍ତି ।
ରାସ୍ତାଘାଟ ନିର୍ମାଣ, ବେଆଇନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ଉଜୁଡିଚାଲିଛି। ପିଇବାକୁ ପାଣି ଓ ଖାଇବାକୁ ଖାଦ୍ୟ ନ ପାଇ ହାତୀ ଜନବସତି ମୁହାଁହେଉଛନ୍ତି । ଯେଉଁଥି ପାଇଁ ଜନବସତି ମୁହାଁ ହେଉଥିବା ହାତୀ ଆକ୍ରମଣରେ ଚାଲିଯାଉଛି ନିରିହ ଜୀବନ,ହନ୍ତସନ୍ତ ହେଉଛନ୍ତି ଚାଷୀ । ଫସଲଠାରୁ ଆରମ୍ଭ କରି ଧନଜୀବନ ନଷ୍ଟ କରୁଛନ୍ତି। ଏଥିପାଇଁ ଦାୟୀ କିଏ? ସବୁ ଯୋଜନାରେ ବିଫଳ ହୋଉଛିକି ଫରେଷ୍ଟ ଡିପାର୍ଟମେଣ୍ଟ ? ହାତୀ ଟ୍ରାକର ମାନେ କରୁଛନ୍ତି କଣ ? ଶନିବାର ଅନୁଗୁଳ ଜିଲ୍ଲାରେ ହାତୀ ୪ ଜଣଙ୍କ ଜୀବନ ନେଇଛି । ଅଙ୍ଗାରବନ୍ଧ , ଛେଳିଆପଡା , ବାରସିଂହା ଓ ସନ୍ତରୀ ଭଳି ଭିନ୍ନ ଭିନ୍ନ ଗାଁରେ ଗୋଟିଏ ହାତୀ ୪ ଜଣଙ୍କୁ ମାରି ଆତଙ୍କ ସୃଷ୍ଟି କରିଛି । ହେଲେ ସହାୟତା ଦେଇ ଚୁପ ବସିଛି ବନବିଭାଗ । ସେପଟେ ପିପିଲି ଡେଲାଙ୍ଗରେ ମଧ୍ୟ ବଣୁଆ ହାତୀଙ୍କ ଉପଦ୍ରବ। ଚାଷୀଙ୍କ ବହୁମାତ୍ରାରେ ଫସଲ ନଷ୍ଟ କରିଛନ୍ତି ବମୁଆ ହାତୀ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ପିପିଲିବାସୀ । ହେଲେ ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିଲେ ମଧ୍ୟ ବିଫଳ ହେଉଥିବା ଦେଖା ଯାଇଛି..।
ହାତୀମୃତ୍ୟୁ ରେକିବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ହାତୀ ମଣିଷ ଲଢେଇର ଅନ୍ତ କେବେ ତାହା ବଡ ପ୍ରଶ୍ନ । ହାତୀମାନେ ଜନବସତି ମୁହାଁ ନହେବା ଲାଗି ମଧ୍ୟ ବ୍ୟାପକ ବନୀକରଣ, ଜଙ୍ଗଲରେ ପୋଖରୀ ଖନନ ଏବଂ ଟ୍ରେଞ୍ଚ ଖୋଳା, ଜଙ୍ଗଲରେ ହାତୀଖାଉଥିବା ଫଳଗଛ ରୋପଣ ଆଦି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହାର ଫଳ ଶୂନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now