ସଡକ ଦୁର୍ଘଟଣାରେ ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ : ଧର୍ମଶାଳା ଥାନା ଅଧିକାରୀଙ୍କ ମହାନତା

ଧର୍ମଶାଳା : ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ସାରୋଇଛକ ନିଳାଚଂଳ ପେଟ୍ରୋଲ ପମ୍ପ ନିକଟରେ ଏହି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ସ୍ଵାମୀ ସ୍ତ୍ରୀ ଏକ ବାଇକରେ ଯାଉଥିବା ସମୟରେ ସେମାନଙ୍କ ଉପରେ ଏକ ଅଜଣା ଟ୍ରକ ଚଢି ଯାଇଥିଲା । ଫଳରେ ସ୍ଵାମୀ ଅଳ୍ପକେ ବର୍ତି ଯାଇଥିବା ବେଳେ ଆଖି ଆଗରେ ସ୍ତ୍ରୀ ଛଟପଟ ହୋଇ କିଛି ସମୟରେ ପରେ ମୃତ୍ୟୁ ଘଟିଥିଲା । ଗୁରୁତର ଜଣକ ହେଲେ ଭଦ୍ରକ ଧାମନଗର ଅଂଚଳର ଚିରଞ୍ଜିବ ମଲ୍ଲ ଓ ତାଙ୍କ ସ୍ତ୍ରୀ ନନ୍ଦିତା ଜେନା ବୋଲି ଜଣାପଡିଛି । ହେଲେ ଘଟଣାସ୍ଥଳରେ ବହୁ ଲୋକ ପଂହଚିଥିଲେ ମଧ୍ୟ ଛଟପଟ ହେଉଥିବା ଗୁରୁତରଙ୍କୁ କେହି ଉଦ୍ଧାର କରି ନ ଥିଲେ । ତେବେ ଆଜିର ଦୁନିଆରେ ମଣିଷ ମଣିଷକୁ ଭୁଲି ଯାଉଛି । ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ମାନବ ଆଗରେ ଆଉ ଅନେକ ମାନବ ଛିଡା ହୋଇ ଫଟୋ ଉତୋଳନ କରିବା ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି । ସେମାନଙ୍କୁ କେହି ସାହାଜ୍ୟ ନ କରିବା ଫଳରେ ଜଣେ ନିରୀହ ମହିଳାଙ୍କ ଜୀବନ ଯାଇଛି । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ତୁରନ୍ତ ଘଟଣାସ୍ଥଳରେ ପଂହଚି ସେମାନଙ୍କ ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ । ଶବ ଉଠାଇବାକୁ କେହି ଆସି ନ ଥିଲେ । ମାନବିକତାର ପରିଚୟ ଦେଇ ସେ ଗାଡିରେ ଗୁରୁତର ସ୍ଵାମୀ ଓ ତାଙ୍କ ମୃତ ପତ୍ନୀଙ୍କ ଶବକୁ ନିଜ ହାତରେ ଉଠାଇ ଧର୍ମଶାଳା ମେଡିକାଲକୁ ନେବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଏହି ଖବର ପ୍ରଚାରିତ ହେବା ପରେ ଧର୍ମଶାଳା ଥାନା ଅଧିକାରୀଙ୍କ ମହାନତା ପାଇଁ ଅଂଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଏବେ ବି ମାନବ ସମାଜରେ ସଚେତନତାର ଆବଶ୍ୟକତା ରହିଛି । ସରକାର ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ଗୁରୁତରଙ୍କୁ ସହଯୋଗ କରିବା ଓ ସହଯୋଗକାରୀଙ୍କୁ ପୁରସ୍କୃତ କରିବା ପାଇଁ ପ୍ରଚାରପ୍ରସାର କରାଯାଉଥିଲେ ମଧ୍ୟରେ ବିପଦ ସମୟରେ କେହି ବି ଆଗକୁ ଆସୁ ନାହାନ୍ତି । ଫଳରେ କ୍ଷଣକ ସମୟରେ ନୀରିହ ଜୀବନ ଚାଲିଯାଉଛି ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଧର୍ମଶାଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ଅପରାହ୍ନରେ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଶବବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *