କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି l ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଚି l ସାଧରଣ ଜନ ଜୀବନ ଅସ୍ତବ୍ୟସ୍ତ l ଫୁଲବାଣୀର ସର୍ତାଗୁଡ଼ା ଗ୍ରାମ ଓ ଜିଲ୍ଲାର ଓଡ଼ିଶାର କାଶ୍ମୀର ରେ ପ୍ରଥମ ତୁଷାର ପାତ ଦେଖିବାକୁ ମିଳିଛି l ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଖରା ଆସିଲେ ମଧ୍ଯ ଦିନ ତମାମ ଶୀତ ଲାଗୀ ରହୁଚି l ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି ଥଣ୍ଡା ରାତି ତମାମ ଶୀତ ରାଜୁତି କରୁଛି ।ଗ୍ରାମାଞ୍ଚଳ ରେ ରହୁଥିବା ଗ୍ରାମବାସୀ କାମକୁ ନ ଯାଇ ନିଆରା ସାହାରା ନେବାର ଦେଖିବାକୁ ମିଳିଛି l ସହର ବାସିନ୍ଦା ପ୍ରାତଃ ଭ୍ରମଣ କରିବା ସହ ଚାହା ସାହାରା ନେଇଛନ୍ତି l ଏ ବର୍ଷ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ 5.2° ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଦାରିଙ୍ଗିବାଡ଼ି 7°
ଓ ଜି ଉଦୟଗିରି 4.0° ତାପମାତ୍ରା ରଚିଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now