ତିନି ପିଲାଙ୍କୁ କୂଅରେ ଫିଙ୍ଗିବା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସାନ ଝିଅ ଓ ପୁଅ ମୃତ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଲାଉଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜର ତିନି ପିଲାଙ୍କୁ କୂଅରେ ଫିଙ୍ଗିବା ସହ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାରେ ସାନ ଝିଅ ଓ ପୁଅର ମୃତ୍ୟୁ ଘଟିଥିବା ବେଳେ ବଡଝିଅ ଓ ମାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଘଟଣା ପରେ ମାନସିକ ଭାରସାମ୍ୟ ହରାଇଥିବା ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ତେବେ ଗ୍ରାମବାସୀଙ୍କ ବୁଝାସୁଝା ପରେ ସେ ଏଥିରୁ କ୍ଷାନ୍ତ ହୋଇଛନ୍ତି । ଖବର ପାଇ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *