ଓଡ଼ିଶା

ନବ ଦାସ ହତ୍ୟାକାଣ୍ଡ: ଆନ୍ଦୋଳନ ମୁହାଁ ରାଜ୍ୟ ରାଜନୀତି

ଭୁବନେଶ୍ବର:  ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୦ ଦିନ ପୁରି ଥିଲେ ମଧ୍ୟ ହତ୍ୟାପଛର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ । ଯାହାକୁ ନେଇ ବିରୋଧି ଏବେ ଆନ୍ଦୋଳନ ମୁହାଁ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆନ୍ଦୋଳନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଅଣ୍ଟା ଭିଡିଲେଣି । ବିଜେପି ରାଜଧାନୀରୁ ନେଇ ବ୍ଲକ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ । ସେହିପରି ଛାତ୍ର କଂଗ୍ରେସ ନବୀନ ନିବାସ ଘେରିବାକୁ ଯୋଜନା କରୁଛି । ତେବେ ବିରୋଧି ଶସ୍ତା ରାଜନୀତି ନ କରନ୍ତୁ କହିଲା ଶାସକ ଦଳ ।

ଦିନ ଗଡିବା ସହ ନବ ଦାସ ହତ୍ୟାକାଣ୍ଡକୁ ନେଇ ବଢୁଛି ବିବାଦ ଯାହାକୁ ନେଇ  ଆନ୍ଦୋଳନ ମୁହାଁ ରାଜ୍ୟ ରାଜନୀତି । ଆଗାମୀ ୨ରୁ୩  ଦିନ ମଧ୍ୟରେ ରାଜରାସ୍ତାରେ ଗର୍ଜିବାକୁ ବିଜେପି ଓ କଂଗ୍ରେସର ପ୍ରସ୍ତୁତି । ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୁରିଲାଣି ୧୦ ଦିନ । ତଥାପି ସାମ୍ନାକୁ ଆସୁନି  ହତ୍ୟାର ପ୍ରକୃତ କାରଣ ।ଯାହାକୁ ନେଇ ରଣହୁଙ୍କାର ଦେଇଛନ୍ତି  ବିରୋଧି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ଆନ୍ଦୋଳର ରୂପ ନେବାକୁ ଯାଉଛି । ବିଜେପି ଖୁବ ଶିଘ୍ର ରାଜଧାନୀ ରାଜରାସ୍ତାରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବାକୁ ରୁପରେଖ ପ୍ରସ୍ତୁତ କଲାଣି । ଯାହାକୁ ଲମ୍ୱା ସମୟ ଧରି ବ୍ଲକ ସ୍ତର ପର୍ଯ୍ୟନ୍ତ ଦଳ ନେବାକୁ ଯୋଜନା କରିଛି । ସେହିପରି ଛାତ୍ର କଂଗ୍ରେସ ମଧ୍ୟ ୨ ଦିନ ମଧ୍ୟରେ ନବୀନ ନିବାସ ଘେରାଓ କରିବା ସହ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ତୟାର ହେଲାଣି।

ସେପଟେ ତଦନ୍ତ ଚାଲିଥିବା ବେଳେ ବିରୋଧିଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛି ଶାସକ ଦଳ । ବିରୋଧିଙ୍କ ବିରୋଧ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି । ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରିବାକୁ ଅନୁରୋଧ କରିଛି ବିଜେଡି ।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ । ଏପଟେ ଆଗାମୀ ବିଧାନସଭାରେ ମଧ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିମାଡ କରି ହତ୍ୟା ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବାକୁ ତୟାର ହେଲେଣି ବିରୋଧୀ।

ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button