ମହିଳା ହେବେ ସ୍ୱାବଲମ୍ୱୀ

Spread the love

ଭୁବନେଶ୍ବର: ମେକ ଇନ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଯାଇଛି ମହିଳା ଉଦ୍ୟୋଗୀ ଅଧିବେଶନ । ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ଆଉ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା, ବ୍ଲକ ଓ ପଂଚାୟତସ୍ତରରେ ପ୍ରସ୍ତୁତ ହେବ ଫେଡେରେସନ । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ  ଶିଳ୍ପ ପାର୍କ  ସ୍ଥାପନ କରିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏହାସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ହଜାରେ କୋଟି ଟଙ୍କା ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି।

ମହିଳା ହେବେ ସ୍ୱାବଲମ୍ୱୀ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହେବ ଫେଡେରେସନ । ମେକ ଇନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେକ ଇନ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିନରେ ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ  ଶିଳ୍ପ ପାର୍କ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମହିଳା ଉଦ୍ୟୋଗୀଙ୍କ ପାଇଁ ସବୁ ଜିଲ୍ଲାରେ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ କରାଯିବ। ଏହାସହ ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କା ଓ ବ୍ଲକ ସ୍ତରୀୟ ଫେଡରେସନକୁ 50 ଲକ୍ଷ ଟଙ୍କା revolving fund ଦିଆଯିବ । ସେହିପରି ପଞ୍ଚାୟତ ସ୍ତରୀୟ ମିଶନ୍ତି ଶକ୍ତି ଫେଡରେସନ ଲାଗି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସରେ ଘର ଯୋଗାଇ ଦିଆଯିବ । ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହେଇଛି । ଏଥିଲାଗି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ମିଶନ ଶକ୍ତି ବିଭାଗ  ।

ସେହିପରି ବାୟୋଟେକ କ୍ଷେତ୍ରରେ 1100 କୋଟି ଟଙ୍କା ନିବେଶ କରିବା ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା । ଭାରତ ବାୟୋଟେକ କମ୍ପାନୀ ର ସହଯୋଗୀ ସ୍ପାଇଜେନ କମ୍ପାନୀ ବିଭିନ୍ନ ଷ୍ଟାଟ ଅଫ କମ୍ପାନୀକୁ ଆର୍ଥିକ ସହାୟତା ଯୋଗାଇବ । ସେହିପରି ଅର୍ବାନ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ସମୁଦାୟ 58502.55 କୋଟି ନିବେଶ ପାଇଁ ଆଗ୍ରହ ଆସିଛି। ଏହାସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ 1000 କୋଟି ଟଙ୍କା ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ସେହିଭଳି ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ୟୁକେ ଭିତ୍ତିକ SRAM ଗ୍ରୁପ୍ । ଏଥିଲାଗି ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଗ୍ରହ ପ୍ରକାଶ କରିଛି SRAM ଗ୍ରୁପ । ସେମି କଣ୍ଡକ୍ଟର ଚିପ ଉତ୍ପାଦନ ଲାଗି ନିବେଶ କରିବ ଏହି ଅର୍ଥ । ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ କମ୍ପାନୀ । ଭୁବନେଶ୍ବର ଉପକଣ୍ଠରେ ୪୦ ଏକର ଜମି ଉପରେ ସ୍ଥାପନ ହେବ ଏହି ସେମି କଣ୍ଡକ୍ଟର ୟୁନିଟ ।

୪ ଦିନ ଧରି ଚାଲିଥିବା ମେକ ଇନ ଓଡିଶା କନକ୍ଲେଭ ଉଦଯାପନ ହୋଇଛି । ପ୍ରଥମ ଓ ଦ୍ୱିତୀୟ ଅପେକ୍ଷା ତୃତୀୟ ପର୍ଯ୍ୟାୟ ମେକ ଇନ ଓଡ଼ିଶାରେ ଡବଲ କମ୍ପାନୀ ଭାଗ ନେଇଥିବା ବେଳେ ନିବେଶ କ୍ଷେତ୍ରରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *