ବାରହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

Spread the love

ଭଞ୍ଜନଗର: ବନ୍ୟ ଜନ୍ତୁଙ୍କ କବଳରୁ ଚାଷକୁ ରକ୍ଷା କରିବାକୁ ବିଲରେ ବିଛାଯାଇଥିଲା ବିଦ୍ୟୁତ୍ ତାର। ହେଲେ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୌଡିଆ ପଢାଳ ଗାଁର ଜଣେ ଯୁବକ ଗୁରୁତର। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି  ବ୍ରହ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଆହତଙ୍କ ପତ୍ନୀଙ୍କ ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଛି।

ବାରାହା ଦାଉରୁ ରକ୍ଷା ପାଇବା ପାଇଁ ଚାଷୀ ଜମି ହିଡରେ ତାର ବିଛାଇ ବିଦ୍ୟୁତ୍ ସଂଯୋଗ କରିଥିଲେ । ଗତକାଲି ରାତିରେ ବନ୍ୟଜନ୍ତୁ ବଦଳରେ ଦୌଡିଆ ପଢାଳ ଗାଁର ଜଣେ ଦିନ ମଜୁରୀଆ ଯୁବକ ସେହି ତାର ସମ୍ପର୍କରେ ଆସି ଗୁରୁତର ହୋଇପଡିଛନ୍ତି। ଯୁବକଙ୍କ ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ସନ୍ତୋଷଙ୍କ ସ୍ତ୍ରୀ ଭଞ୍ଜନଗର ଥାନାରେ ଏକ ଏତଲା ଦେଇଛନ୍ତି । ଉତ୍ତର ଘୁମୁସର ବନ ଖଣ୍ଡ ଅଧିକାରୀ, ଏହାର ତଦନ୍ତ କରୁଛନ୍ତି । ଏହା ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଘଟି ଥାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *