ଜାତୀୟରାଜନୀତି

ଉଦ୍ଧବ ଠାକରେଙ୍କୁ ଭେଟିଲେ ଅରବିନ୍ଦ କେଜରିୱାଲ ଏବଂ ଭଗବନ୍ତ ମାନ

ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପାର୍ଟିର ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୁଧବାର ଦିନ ମୁମ୍ବାଇରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଭେଟିଛନ୍ତି । ଏହି ସାକ୍ଷାତ ପରେ ଏହି ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆସନ୍ତା ବର୍ଷ ନିର୍ବାଚନ ପାଇଁ ଉଦ୍ଧବ ଠାକରେ ଗଣମାଧ୍ୟମକୁ କହିଛନ୍ତି । ନିକଟରେ ସୁପ୍ରିମକୋର୍ଟ ଦୁଇଟି ନିଷ୍ପତି ନେଇଛନ୍ତି । ଗୋଟିଏ ହେଉଛି ଦିଲ୍ଲୀ ସରକାର ଏବଂ ଅନ୍ୟଟି ଶିବସେନା ବିଷୟରେ । ଦେଶ ଦେଖୁଛି ଯେ, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅସମ୍ମାନ କରୁଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ସମୟରେ ଗଣତନ୍ତ୍ର ବିପଦରେ ଅଛି, ତେଣୁ ସମସ୍ତେ ଏକାଠି ହେବା ଆବଶ୍ୟକ ।

Related Articles

Leave a Reply

Your email address will not be published.

Back to top button